ମୁଖ୍ୟମନ୍ତ୍ରୀ ବସ ଧକ୍କା ରେ ବାଇକ ଆରୋହୀ ମୃତ

ବାଲିଗୁଡା, ତା, ୨୪/୦୫(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସଲାଗୁଡ଼ା ପଞ୍ଚାୟତ ର କୁଡକେଲକିଆ ଘାଟି ବୁଲାଣି ରେ ରବିବାର ସନ୍ଧ୍ୟା ରେ ମୁଖ୍ୟମନ୍ତ୍ରୀ ବସ ଓ ବାଇକ ମୁହାଁମୁହିଁ ଧକ୍କାରେ ବାଇକ ଚାଳକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି l ମୃତ ବାଇକ ଚାଳକ କୁଡକେଲକିଆ ଗାଁ ର ବୀରେନ୍ଦ୍ର ମଳିକ ବୋଲି ଜଣାପଡିଛି l ଯୁବକ ଜଣକ ନିଜ ଗାଁ କୁଡକେଲକିଆ ଗାଁ ରୁ ବାଇକ ରେ ମେଲସିକିଆ ଗାଁ କୁ ଯାଉଥିବା ସମୟରେ ଡାକା ଅଭିମୁଖେ ଯାଉଥିବା ସରକାରୀ ମୁଖ୍ୟମନ୍ତ୍ରୀ ବସ ଧକ୍କା ଦେଇଥିଲା l ତେବେ ଯୁବକ ଙ୍କ ମୃତ୍ୟୁ ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା l ବସ ଡ୍ରାଇଭର ଘଟଣା ସ୍ଥଳରୁ ଦୁର୍ଘଟଣା ପରେ ଫେରାର ଥିବା ଜଣାପଡିଛି l ମୃତକ ଙ୍କ ପରିବାର କୁ ନ୍ୟାୟ ଓ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକ ମୃତ ଦେହ କୁ ଶବ ବ୍ୟବଛେଦ ପାଇଁ ହସ୍ତାନ୍ତର ଦେବାକୁ ମନା କରିଥିଲେ l ଏଥିସହ ଦୁର୍ଘଟଣା ଘଟାଇଥିବା ସରକାରୀ ବସ କୁ ମଧ୍ୟ ଅଟକ ରଖିଥିଲେ ଗ୍ରାମବାସୀ l ବାଲିଗୁଡା ପୋଲିସ ଓ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତି ପୂରଣ ନେଇ ପ୍ରତିଶୃତି ଦେବା ପରେ ସ୍ଥାନୀୟ ବାସିନ୍ଦା ମୃତ ଦେହ ଛାଡିଥିଲେ l
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-11-scaled.jpg)


