ମୌଳିକ ସମତ୍ସା ନେଇ ତିନି ପଞ୍ଚାୟତବାସୀଙ୍କ ଧାରଣା
ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ୍ର କୁକୁଡାଙ୍ଗ, କାଣ୍ଡଶର ଓ କୁଲାଡ ପଞ୍ଚାୟତର ଅଧିବାସୀମାନେ ବିଭିନ୍ନ ଜନସମସ୍ୟା ନେଇ ବଅଁରପାଳ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା। ପାନୀୟ ଜଳ, ରାସ୍ତା, ଆଲୋକ ବ୍ୟବସ୍ଥା ଓ ଅନ୍ୟାନ୍ୟ ମୌଳିକ ସୁବିଧା ସମସ୍ୟାର ସମାଧାନ ଦାବୀରେ ଶତାଧିକ ଗ୍ରାମବାସୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।ଧାରଣା ପରେ ପ୍ରତିନିଧିମଣ୍ଡଳୀ ବ୍ଲକ୍ ବିକାଶ ଅଧିକାରୀ (ବିଡିଓ)ଙ୍କୁ ଏକ ଦାବୀପତ୍ର ପ୍ରଦାନ କରି ସମସ୍ୟାଗୁଡିକର ଶୀଘ୍ର ସମାଧାନ କରିବାକୁ ଦାବୀ ଜଣାଇଥିଲେ। ଦାବୀ ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।



