ଦୁଇ ମୋଟରସାଇକେଲ ଓ ଅଜଣା ଗାଡି ମଧ୍ୟରେ ଧକ୍କା ଜଣେ ବାଇକ୍ ଆରୋହୀ ମୃତ।
ମର୍ମଦୂନ୍ତ ସଡ଼କ ଦୁର୍ଘଟଣାରେ ଗଡିଲା ଆଉଗୋଟେ ମୁଣ୍ଡ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ରରେ ସଡ଼କ ଦୁର୍ଘଟଣାରେ ଗୋଟେ ପରେ ଗୋଟେ ମୁଣ୍ଡ ଗଡୁଥିଲା ବେଳେ ଆଞ୍ଚଳିକ ପ୍ରଶାସନ ଏକ ପ୍ରକାର ନିରୁପାୟ ମନେହୁଏ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ରରେ ପ୍ରାୟ ପ୍ରତ୍ୟେକ ଦିନ କୌଣସି ନା କୌଣସି ଅଞ୍ଚଳରେ ସଡ଼କ ଦୁର୍ଘଟଣାରେ ଜନଜୀବନ ପ୍ରଭାବିତ ଓ ନଷ୍ଟ ହେଉଥିବା ବେଳେ ଏହାକୁ ରୋକିବାରେ ଆଞ୍ଚଳିକ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରଖିଥିବା ବେଳେ କୌଣସି ନା କୌଣସି କାରଣରୁ ବିଫଳ ହୋଇଥିବା ମନେହୁଏ। ସେହିଭଳି ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ଚାଲିଗଲା ଆଉ ଏକ ଜୀବନ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ଅଗ୍ନିଶମ ବିଭାଗର କାର୍ଯ୍ୟାଳୟ ନିକଟରେ ତଥା ବଡ଼ବିଲ କଳିଙ୍ଗ ରାସ୍ତାରେ ଦୁଇଟି ମୋଟର ସାଇକେଲ ଯାହାର ନମ୍ବର୍ OD 14T 8414 ଓ OD 09A 5153 ଏକ ଅଜଣା ଗାଡି ମଧ୍ୟରେ ଧକ୍କା ହେବାରୁ ଜଣେ ମୋଟର ସାଇକେଲ ଆରୋହୀର ମୃତ୍ୟୁ ହୋଇଥିବା ନେଇ ସୂଚନା। ଦୁର୍ଘଟଣା ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଯୁବକକୁ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଦୁର୍ଘଟଣା ସ୍ଥଳରେ ବଡ଼ବିଲ ପୋଲିସ୍ ପ୍ରଶାସନ ପହଞ୍ଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା। ମୃତକଙ୍କୁ ନିକଟରୁ ମିଳିଥିବା ଡ୍ରାଇଭିଂ ଲାଇସେନ୍ସ ଅନୁଯାୟୀ ଯୁବକ ଜଣକର ନାମ ଦେବାଶିଷ ନାୟକ ଓ ପିତା – ଉପେନ୍ଦ୍ର ନାୟକ ଓ ମୟର୍ଭୁଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଘାଗରଦା ଅଞ୍ଚଳର ହୋଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



