ବେଗୁନିଆପଡା ବ୍ଲକ ସମିତି ବୈଠକ, ୧୨ ରୁ ଉର୍ଦ୍ଧ୍ବ ସରପଞ୍ଚ ଓ ସମିତି ସଭ୍ୟ ମାନେ ଅସନ୍ତୋଷ ବ୍ୟକ୍ତ କରି କକ୍ଷ ତ୍ୟାଗକଲେ, କିଛି ସରପଞ୍ଚ ଓ ସମିତି ସଭ୍ୟ ମାନେ ଅନୁପସ୍ଥିତ ଥିଲେ

ଜେ ବି ଏନ, ବ୍ରହ୍ମପୁର, (ଟୁକୁନା ପ୍ରଧାନ, ୧୪.୧୨. ୨୦୨୦) -: ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ ଆଜି ଅନୁଷ୍ଠିତ ହୋଇଯାଇଛି ପଞ୍ଚାୟତ ସମିତି ବୈଠକ । ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ବୈଠକକୁ ଉଦବୋଧନ କରିଥିଲେ। ବୈଠକରେ ସଭାପତି ଭାବେ ବ୍ଲକ ଅଧ୍ୟକ୍ଷା ରାଜଲକ୍ଷ୍ମୀ ଦୋରା ସଭାକୁ ପରିଚାଳନା କରିଥିବା ବେଳେ ମଞ୍ଚାସୀନ ଅତିଥିଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡି, ମନୋଜ କୁମାର ପାଣ୍ଡି, ବ୍ଲକ ଉପାଧ୍ୟକ୍ଷ ଭ୍ରମରବର ଭୂୟାଁ ଉପସ୍ଥିତ ଥିଲେ। କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ସମନ୍ବିତ ଶିଶୁ ବିକାଶ ଯୋଜନା, ଜଳ ଓ ପରିମଳ ବିଭାଗ ସମେତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା । ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ରହି ଯୋଜନା ଗୁଡିକ ସମ୍ପର୍କରେ ସମୀକ୍ଷା କରିଥିଲେ। ତେବେ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ ଉଠାଇ ସଠିକ୍ ଉତ୍ତର ନ ପାଇବା ଅଭିଯୋଗ କରି ବ୍ଲକର ୧୨ ରୁ ପଞ୍ଚାୟତ ଜନପ୍ରତିନିଧି ଅସନ୍ତୋଷ ପ୍ରକାଶ କରି କକ୍ଷତ୍ଯାଗ କରିଥିଲେ। ଯାହାକୁ ନେଇ କିଛି ସମୟ ପାଇଁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଜନ ପ୍ରତିନିଧି ମାନଙ୍କ ଅଗୋଚରରେ ପ୍ରଶାସନିକ ଅଧିକାରୀ ମାନେ ବିଭିନ୍ନ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ କରିଛନ୍ତି ବ୍ଲକ ଉପାଧ୍ୟକ୍ଷ ଭ୍ରମରବର ଭୂୟାଁ। ସେହିପରି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଠିକ୍ ଭାବେ ପ୍ରଶ୍ନର ଉତ୍ତର ଦେଇ ନଥିବା ଅଭିଯୋଗ କରିଛନ୍ତି ବୁରୁଝୁରୀ ସମିତି ସଭ୍ୟ ବିନାୟକ ନାୟକ ।ତେବେ ସେମାନେ ଆଗରୁ ବିଜୁ ଜନତା ଦଳ ସହିତ ନ ଥିଲେ ତାଙ୍କର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ କେତେ ବେଳେ କେଉଁଆଡ଼େ ଯାଉଛନ୍ତି ଏବଂ ବ୍ଯକ୍ତିଗତ ସ୍ବାର୍ଥ ପାଇଁ କିଛି ପଞ୍ଚାୟତ ପ୍ରତିନିଧି କକ୍ଷତ୍ଯାଗ କରିଥାଇପାରନ୍ତି ବୋଲି କହିଛନ୍ତି ବିଧାୟିକା ଲତିକା ପ୍ରଧାନ ।ଏଥିସହିତ କିଛି ସରପଞ୍ଚ ସମିତି ସଭ୍ୟ ମାନେ ମଧ୍ଯ ଆଜି ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।




