
ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ
(ଜେ ବି ଏନ /ସୁଶିଲ କୁମାର) ୧୫/୧୨ /୨୦୨୦ ଅନୁଗୋଳ : ଅନୁଗୋଳ ବଅଁରପାଳ ବ୍ଳକ୍ ନୂଆହତ ଗ୍ରାମ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ଚାଲିଛି । ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ରାସ୍ତାରୁ ପିଚୁ ଉଠି ଯିବା ସହ ମାଟି ଦେଖାଯାଉଛି । ସ୍ଥାନୀୟ ଗ୍ରାମବାସୀ ଏହାର ଭିଡିଓ ଭାଇରାଲ୍ କରିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ , ବଅଁରପାଳଠାରୁ ତାଳବାହାଳି ପର୍ଯ୍ୟନ୍ତ ୫.୮୪୫ କି.ମି. ରାସ୍ତା ୨୮୦ ଲକ୍ଷ୍ୟ. ୮୦ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କାର୍ଯ୍ୟ କରାଯାଉଛି । ଏହି ରାସ୍ତା ନିର୍ମାଣ କାର୍ଯ୍ୟ ରେ କେନ୍ଦ୍ରସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଟଙ୍କା ନାମ ଫଳକରେ ଦେବେ ବୋଲି ଲିପିବଦ୍ଧ ହୋଇଛି ।

ବିଗତ ବର୍ଷ ତା ୧୧/୧୦/୨୦୧୯ ରିଖରେ ମାନ୍ୟବର ବିଧାୟକ ତଥା ଏବେର ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ ଏଥିପାଇଁ ଶିଳାନ୍ୟାସ କରିଥିଲେ ଓ ଏହି ବର୍ଷ ୨୨ /୦୬/୨୦୨୦ ସୁଦ୍ଧା ରାସ୍ତା କାମ ଶେଷ ହେବ ବୋଲି ନିର୍ଦ୍ଧାରିତ ହୋଇଥିଲା କିନ୍ତୁ ଏବେ ସୁଦ୍ଧା ନିର୍ମାଣ ଶେଷ ହୋଇ ନାହିଁ । ଗତକାଲି ରାସ୍ତା ତିଆରି ହୋଇଥିବାବେଳେ ଏଥିରେ ଚାଲି ଚାଲି ଗଲେ ମଧ୍ୟ ପିଚୁ ଉଠିଯାଉଛି । ସ୍ଥାନୀୟ ଅଞ୍ଚଳର କିଛି ଲୋକ ଏହାର ଭିଡ଼ିଓ ଉତ୍ତୋଳନ କରି ଭାଇରାଲ୍ କରିଥିଲେ ଓ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି ।



