*ସତିହାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଭଟଲିରେ ୭୭ ତମ ବନମହୋତ୍ସବ ପାଳିତ *

ଭଟଲି (ଅଭିମନ୍ୟୁ ପଧାନ ):- ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ସତିହାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଭଟଲିରେ ୭୭ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚନ୍ଦ୍ରମା ଡନସନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ବରଗଡ ବନଖଣ୍ଡ ଅଧିକାରୀ ସରୋଜ କୁମାର ପଣ୍ଡା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ସ୍ଵତନ୍ତ୍ର ଅତିଥି ଭାବରେ ସ୍ଥାନୀୟ ବିଧାୟକ ଇରାସିସ୍ ଆଚାର୍ଯ୍ୟ ଯୋଗ ଦେଇ ଏକ ପେଡ୍ ମା କେ ନାମ୍ ଅଭିଯାନରେ ସମସ୍ତେ ସାମିଲ ହୋଇ ଚାରାକୁ ବଞ୍ଚାଇବା ପାଇଁ ଆବଶ୍ୟକ ପଦକ୍ଷେପ ଅନୁସରଣ କରିବା ନିମନ୍ତେ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥି ଭାବରେ ସହ ବନ ସଂରକ୍ଷକ ସୁବୋଧ ସାହୁ,ଇକୋ କ୍ଲବ୍ ମାଷ୍ଟର ଟ୍ରେନର ତଥା ପରିବେଶବିତ୍ ସଞ୍ଜୟ ଖମାରୀ,ଭଟଲି ଥାନା ଅଧିକାରୀ ବିଭୁତି ଭୁଷଣ ଦଳେଇ,କୃଷି ଅଧିକାରୀ ଦେବାଶିଷ ଖମାରୀ ପ୍ରମୁଖ ଯୋଗ ଦେଇ ବୃକ୍ଷ ମାହାତ୍ମ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ।ବିଦ୍ୟାଳୟର ଇକୋ କ୍ଲବ,ବିଜ୍ଞାନ କ୍ଲବ,ଶକ୍ତି କ୍ଲବ ଓ ଜୁନିଅର୍ ରେଡକ୍ରସର ସଦସ୍ୟ ପ୍ରକୃତି ସୁରକ୍ଷା ସମ୍ବନ୍ଧୀୟ ସଚେତନତାର ବାର୍ତ୍ତା ବହନ କରୁଥିବା ପ୍ଲାକାର୍ଡ ଧରି ସ୍ଲୋଗାନ ମାଧ୍ୟମରେ ଜନ ସାଧାରଣଙ୍କୁ ସଚେତନ କରିଥିଲେ।ବନ ମହୋତ୍ସବ ଉପଲକ୍ଷେ ସମସ୍ତ ଅତିଥି,ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଅଁଳା, ଆତ,ଶାଗୁଆନ,ବାଉଁଶ ଆଦି ଶତାଧିକ ଚାରା ରୋପଣ କରିଥିଲେ।କାର୍ଯ୍ଯକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ବନ୍ଦିତା ପଧାନ, ଅନିମା ବାରିକ,ଢାଲେଶ୍ୱରୀ ପଟେଲ,ସପନା ସାହୁ,ହରିପ୍ରିୟା ବାରିକ,ଜୟଶ୍ରୀ ମୈତି,ଶିକ୍ଷକ ଜ୍ଞାନ ରଞ୍ଜନ ସାହୁ, ମୀନ କେତନ ଭୋଇ,କିଶୋର ପଧାନ,ନୀଳାମ୍ବର ନାୟକ,ସୁଶାନ୍ତ କରନ୍,ସତ୍ୟମ୍ ପ୍ରଧାନ,ଗିରିଧାରୀ ପଶାୟତ,ଭଟଲି ଦିବ୍ୟକଳାର ଅଧ୍ୟକ୍ଷ ବିଶ୍ଵଜିତ ଭୋଇ, ଦିବାକର ପଟେଲ ସକ୍ରିୟ ସହଯୋଗ କରିଥିଲେ।ଶେଷରେ ଶିକ୍ଷୟିତ୍ରୀ ଜ୍ୟୋସ୍ନା ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।



