ହିନ୍ଦୋଳ ବ୍ଲକ ପରି ସରରେ ହରିହରଙ୍କ ମନ୍ଦିର ରତ୍ନ ମୁଦ ଉର୍ତ୍ସବ ଅନୁଷ୍ଠିତ

ଜେ ବି ଏନ, ୧୭/୧୨/୨୦୨୦, (ରିପୋର୍ଟ, ସୁଶାନ୍ତ କୁମାର ମହାପାତ୍ର), ଢେଙ୍କାନାଳ : ହିନ୍ଦୋଳ ବ୍ଲକ ପରିସରରେ ଶ୍ରୀ ଶ୍ରୀ ହରିହରଙ୍କ ମନ୍ଦିର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସକାଳ ସାତଟା ସମୟରେ ଅଖଣ୍ଡ ଦୀପ ପ୍ରଜ୍ଜ୍ଵଳିତ ହେବା ପରେ ରକଲାର ଶ୍ରୀ କୁଣ୍ଡେଶ୍ବର କୀର୍ତ୍ତନ ମଣ୍ଡଳୀର ଭାବପୂର୍ଣ୍ଣ ଭଜନ ପରିବେଷଣ ହୋଇଥିଲା । ଦିନ ଏକ ଘଣ୍ଟିକା ସମୟରେ ରତ୍ନମୁଦି ଦିଆଯାଇଛି । ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରିୟ ରଂଜନ ମାହୁନ୍ତଙ୍କ ପୌରହିତରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅଜୟ ଭଞ୍ଜ,ରାଜ୍ୟ ଯୁବ ବିଜେଡି ସଂପାଦକ ଦେବୀ ପ୍ରସାଦ ପଟ୍ଟନାୟକ, ଜିଲ୍ଲା ଯୁବ ବିଜେଡି ସଂପାଦକ ପ୍ରଶାନ୍ତ ଦାସ ପ୍ରମୁଖ ଯୋଗଦେଇ ଥିଲେ ।




