୧୫ ଫୁଟ ଗାଢ଼ା ତଳକୁ ଖସିଲା ପିକଅପ୍ ଭ୍ଯାନ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର଼୍

ଜେ. ବି. ଏନ୍. (୧୯/୧୨/୨୦୨୦), (ରିପୋର୍ଟ, ସୁବ୍ରତ କୁମାର ସାମଲ), ବଅଁରପାଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢାପଙ୍କ ଗ୍ରାମରେ ଏକ ପିକ୍ ଅପ୍ ଭ୍ଯାନ ଭାର ସାମ୍ୟ ହରାଇ କେନାଲ ଭିତରକୁ ଖସି ଯାଇଥିଲା l ଏଥିରେ କାହାର କୌଣସି କ୍ଷତି ହୋଇ ନଥିବା ଜଣାପଡ଼ିଛି l ଗାଡି ନମ୍ବର (OD ୧୯ ୨୫୧୭ )ପ୍ରାୟ ୧୫ ଫୁଟ ଗାଢ଼ା ତଳକୁ ଖସିଯାଇଥିଲା l ଗାଡି ଟି ନାଲକୋ ରୁ ବୁଢାପଙ୍କ ଦେଇ ଯାଉଥିବା ବେଳେ ସୂଚନା ମୁତାବକ ସେ ଜାଗାରେ ଆଗରୁ ମଧ୍ଯ ଆନେକ ଗାଡି ଗାଢ଼ା ତଳକୁ ପଡିଥିବାର ଖବର ମିଲୁଛି l ଗାଁ ଲୋକଙ୍କର କହିବା ଅନୁସାରେ ସେ ଜାଗାରେ କୋଣସି ବ୍ୟାରିକେଟ ନଥିବାରୁ ଏପରି ବାରମ୍ବାର ଦୁର୍ଘଟଣା ହେଉଥିବାର ଖବର ମିଳିଛି l. ସେ ଜାଗାରେ କୋଣସି ସିମ୍ବଲ ମଧ୍ଯ ଦିଆଯାଇ ନାହିଁ l ଏଣୁ ଗାଁ ଲୋକଙ୍କ ର କହିବା ଅନୁଯାୟୀ ପ୍ରଶାସନ ପକ୍ଷରୁ କୋଣସି ପଦକ୍ଷପ ନିଆଯାଉ l




