
ଦୁଇଶହରୁ ଉର୍ଦ୍ଧ ଚାଷୀ ସମାବେଶରେ ଯୋଗଦେବେ :ଢେଙ୍କାନାଳ ବିଜେପି
(ଜେ ବି ଏନ /ସୁଶାନ୍ତ କୁମାର) ୨୪/୧୨ /୨୦୨୦ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମହାବୀର ରୋଡ ମଣ୍ଡଳ ବିଜେପି ପକ୍ଷରୁ ଚଟକାପଶି ଠାରେ ଜୋନ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ବିଭୂତି ଭୂଷଣ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ର ସରକାରଙ୍କ କୃଷି ନୀତି ଉପରେ ଆଲୋଚନା କରାଯାଇଥିଲା। ଆସନ୍ତା ଶନିବାର ସକାଳ ୧୦ ଘଟିକା ସମୟରେ ଢେଙ୍କାନାଳ ମିନି ଷ୍ଟାଡିୟମ ହେବାକୁ ଥିବା କୃଷକ ସମାବେଶରେ ଯୋଗ ଦେଉଥିବା କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି କୃଷକ ମାନଙ୍କୁ ଉଦ୍ବୋଧନ ଦେବେ ଏହି ସମ୍ମିଳନୀ ରେ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରୁ ହଜାର ହଜାର ଚାଷୀ ଯୋଗଦେଇଥିବା ରୁ କଙ୍କଡ଼ାହାଡ଼ ବ୍ଲକ୍ ୧ ନମ୍ଵର୍ ଜୋନ ରେ ଦୁଇଶହ କୃଷକ ଯୋଗଦେବାକୁ ସ୍ଥିର କରାଯାଇଛି। ଏହି ବୈଠକରେ କୃଷ୍ଣଚନ୍ଦ୍ର ସାହୁ, ଜଗନ୍ନାଥ ଗଡନାୟକ, ରାମଚନ୍ଦ୍ର ସାହୁ, ଜିତେନ୍ଦ୍ର କର, ସମେତ ବହୁ କର୍ମୀ ଉପସ୍ଥିତ ଥିଲେ। ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ବରିଷ୍ଠ ବିଜେପି ନେତା ପରମାନନ୍ଦ ଦାଶଙ୍କ ବିୟୋଗରେ ଦୁଇ ମିନିଟ୍ ଶୋକ ପ୍ରାର୍ଥନା କରାଯାଇଥିଲା।



