ନୂତନ ମୁଖ୍ୟ ଶାସନ ସଚିବ ଘୋଷଣା : ଓଡିଶା

- ଜେ ବି ଏନ, ୨୬/୧୧/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ୱର : ବରିଷ୍ଠ ଆଇଏଏସ ତଥା ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ଶ୍ରୀ ଅସିତ କୁମାର ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ସେ ମଧ୍ୟ ଆଞ୍ଚଳିକ ଉନ୍ନୟନ , ପର୍ଯ୍ୟଟନ , କୃଷି ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ । ରିଲିଫ କମିଶନ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ନୂଆ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।



