ଭାରତୀୟ କମ୍ୟୁନିଷ୍ଟି ପାଟି. ର 95 ତମ ପ୍ରତିଷ୍ଠା ଦିବସ ପାଳିତ

ଜେ ବି ଏନ, ୨୬/୧୨/୨୦୨୦, (ରିପୋର୍ଟ, ବ୍ୟୁରୋ, JRP), ଜଗତସିଂହପୁର : ଜଗତସିଂହପୁର ଜୋନାଲ କମିଟି ତରଫରୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ୯୫ ତମ ପ୍ରତିଷ୍ଠା ଦିବସ ପାଳନ ହୋଇ ଯାଇଛି । ଏ.ଆଇ.ଟି.ୟୁ.ସି ଜିଲ୍ଲା ଉପସଭାପତି ସୋମନାଥ ଗିରି ଦଳୀୟ ପତାକା ଉତ୍ତୋଳନ କରିଥିଲେ । ଏ.ଆଇ.ଓ୍ଵାଇ.ଏଫ୍ ରାଜ୍ୟ ଉପସଭାପତି ସତ୍ୟ ରଂଜନ ମହାନ୍ତି ଲାଲ୍ ପତାକା ସଂଗୀତ ଗାନ କରିଥିଲେ । ଏହି ଉତ୍ସବରେ ଏ.ଆଇ.ଓ୍ଵାଇ.ଏଫ୍ ଜିଲ୍ଲା ଆବାହକ ରୋଜାଲିନ ଦାଶ, ଜଗତସିଂହପୁର ଜୋନ୍ ଅଖିଳ ଭାରତ କୃଷକ ସଭା ସଭାପତି ନାରାୟଣ ଦାସ, ସଂପାଦକ ନଟବର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ସୋମନାଥ ଗିରି ଓ ସତ୍ୟ ରଂଜନ ମହାନ୍ତି ଉପସ୍ଥିତ ସଂଗ୍ରାମୀ ସାଥୀ ଙ୍କୁ ଉଦବୋଧନ ଦେଇ ଆଗାମୀ ଦିନରେ କୃଷକ ଆନ୍ଦୋଳନ କୁ ବ୍ୟାପକ କରିବାକୁ ନିବେଦନ କରିଥିଲେ ।




