ଟ୍ରକ୍ ମୋଟର ସାଇକେଲ ଧକ୍କା, ବାଇକ୍ ଆରୋହୀ ଗୁରୁତର

ଜେ ବି ଏନ, ୨୭/୧୨/୨୦୨୦, (ରିପୋର୍ଟ, ଯାଜପୁରରୁ ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ଜିଲ୍ଲା ଦାନଗଦି ଫାଣ୍ଡି ଅନ୍ତର୍ଗତ ମାନଗୋବିନ୍ଦ ପୁର ସୁରକ୍ଷା ଆପ୍ଟମେଣ୍ଟେ ନିକଟରେ ମଟର ସାଇକେଲ ପଛରେ ଧକା ଦେଲା ୧୨ ଚକିଆ ଟ୍ରକ । ଟ୍ରକ ଧକ୍କାରେ ବାଇକି ଆରୋହୀ ସୁକିନ୍ଦା ଥାନା ଅନ୍ତର୍ଗତ ଓଳିଆ ଗ୍ରାମର ଅଶୋକ ବାରିକ ଗୁରୁତର ଆହତ ହୋଇଥିଲେ ।ଘଟଣା ସ୍ଥଳରେ ଦାନଗଦି ପୋଲିସ ପହଞ୍ଚି ଗୁରୁତର ଆହତ ଥିବା ଅଶୋକ ବାରିକଙ୍କୁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ପଠାଇଥିଲେ। ସେଠାରେ ଅଶୋକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡ଼ୁବୁରୀ ଟାଟା ମେଡ଼ିକା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଏବଂ ୧୨ ଚକିଆ Drivear ଅକ୍ଷୟ କୁମାର ଚକ୍ର କୁ ପୋଲିସ ଗିରଫ କରିଥିଲେ। କିନ୍ତୁ ଗିରଫ ହୋଇଥିବା ଗାଡି ଡ୍ରାଇଭର ଅକ୍ଷୟ ଚକ୍ର ଫାଣ୍ଡି ହାଜତ ଭିତରେ ରାଜକୀୟ ଢଙ୍ଗରେ ରହିଥିବା ଦେଖିବାକୁ ମିଳିଛି ସେପଟେ ବାଇକି ଆରୋହୀ ଜଣଙ୍କ ମୃତୁ ସହ ସଂଗ୍ରାମ କରୁଥିବା ବେଳେ ତାକୁ ଧକା ଦେଇଥିବା ଟ୍ରକ ଡ୍ରାଇଭର ଗୋଡ ଉପରେ ଗୋଡ ପକେଇ ଶୋଇବା ସହିତ ହାଜତ ଭିତରେ ମୋବାଇଲ ଫୋନରେ କେମିତି କଥା ହେଉଛନ୍ତି ଦେଖନ୍ତୁ ତାହାର ଦୃଶ୍ୟ ତାର ଦୃଶ୍ୟ।ଯାହାକୁ ସାଧାରଣରେ ନିନ୍ଦା କରାଯାଇଛି l
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


