ସ୍ବପ୍ନ ଫାଉଣ୍ଡେସନ ପକ୍ଷରୁ ସ୍ୱାଭିମାନ ସଂଘ କୁ ଅସହାୟ ର ବନ୍ଧୁ ସମ୍ମାନ ରେ ସମ୍ମାନିତ !
ଜେ ବି ଏନ୍,୩୦/୧୨/୨୦୨୦, କଟକ : କଟକ ସ୍ବପ୍ନ ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ସମାରୋହ ରେ କଟକ ଟାଙ୍ଗି (ଉଚପଦା)ସ୍ୱାଭିମାନ ସେବା ସଙ୍ଘକୁ ଅସହାୟ ର ବନ୍ଧୁ ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ସଂଘ ପକ୍ଷରୁ ମମତା ଦିଦି ଓ ଦୁଷ୍ମନ୍ତ କୁମାର ସାହୁ ଉପସ୍ଥିତ ଥିଲେ।ଏହି ବାର୍ଷିକ ଉତ୍ସବ ସମାରୋହ ରେ ମୁଖ୍ୟ ଅତିଥି ପ୍ରତାପ ଜେନା ( ଆଇନ ମନ୍ତ୍ରୀ),ମୁଖ୍ୟ ବକ୍ତା ମହମ୍ମଦ ମୋକିମ୍ (ମାନ୍ୟବର ବିଧାୟକ ବାରବାଟୀ ,କଟକ) , ସମ୍ମାନୀୟ ଅତିଥି ପ୍ରଦୀପ କୁମାର ବେହେରା(ସଭାପତି ରାଷ୍ଟ୍ରୀୟ ଉତ୍କଳ ଯାଦବ ମହା ସଙ୍ଘ, ଓଡ଼ିଶା) , ସମ୍ମାନୀୟ ଅତିଥି ଦେବିରଞ୍ଜନ ତ୍ରିପାଠୀ ( ବିଧାୟକ , ବାଙ୍କୀ) , ଉଦଘାଟକ ଜଷ୍ଟିସ ବୀରକିଶୋର ମିଶ୍ର ( ଅବସରପ୍ରାପ୍ତ ବିଚାରପତି ,ହାଇକୋର୍ଟ, ଓଡ଼ିଶା ) ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ l



