ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ର ୫୫ ତମ ପ୍ରତିଷ୍ଠା ଦିବସ ପାଳିତ

ଜ ବି ଏନ, ୦୨/୦୧ /୨୦୨୧, (ରିପୋର୍ଟ, ଟୁକୁନା ପ୍ରଧାନ), ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ୫୫ତମ ପ୍ରତିଷ୍ଠା ଦିବସ ଆଜି ଭଞ୍ଜବିହାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିଷ୍ଠା ଦିବସରେ ବିଶିଷ୍ଟ ସାରସ୍ୱତ ସାଧକ ଲେଖକ, କବି ପଦ୍ମବିଭୂଷ ଡଃ ସୀତାକାନ୍ତ ମହାପାତ୍ର ଙ୍କୁ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଆନ୍ତର୍ଜାତୀୟ ଆୱାର୍ଡ ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟ ର କୁଳପତି

ପ୍ରଫେସର ଗୋବିନ୍ଦ ଚକ୍ରପାଣି ଓ ବିଶ୍ୱବିଦ୍ୟାଳୟ କୂଳସଚିବ ଶ୍ରୀ ରଞ୍ଜନ କୁମାର ବିଶ୍ବାଳ ପ୍ରମୁଖ ଏହି ଆୱାର୍ଡ ପ୍ରଦାନ କରିଥିଲେ। ଏହି ଅବସରରେ ଚଳଚିତ୍ର ନିର୍ଦ୍ଦେଶକ ଶ୍ରୀ ଶିଶିର ପୁରୁଷୋତ୍ତମ ମିଶ୍ର, ଶିକ୍ଷାବିତ ଡଃ କମ୍ବୁପାଣି ସାମନ୍ତ ଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଙ୍ଗବସ୍ତ୍ର ଓ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ

କରାଯାଇଥିଲା। ଏଥି ସହିତ ଦକ୍ଷିଣ ଓଡିଶା ଲୋକ ସାଂସ୍କୃତିକ ସମ୍ମାନ ରେ ବିଶିଷ୍ଟ ଦାସକାଠିଆ କଳାକାର ଶ୍ରୀ ଉପେନ୍ଦ୍ର ପାଣିଗ୍ରାହୀ, ପାରଳାଖେମୁଣ୍ଡି ର ସିଙ୍ଗ କାରିଗର ତଥା ଶିଳ୍ପୀ ଶ୍ରୀ କୃଷ୍ଣଚନ୍ଦ୍ର ମହାରଣା ଙ୍କୁ ସମ୍ମାନିତ କରାଯାଇ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ ଛାତ୍ର ମାନଙ୍କ ମଧ୍ୟରୁ ଏ ଆଇ ଆଇଏମ ଏସ ର ପୂର୍ବତନ ନିର୍ଦ୍ଦେଶକ ତଥା ଶିକ୍ଷା ଓ ଗବେଷଣା ଅନୁଷ୍ଠାନର ମୁଖ୍ୟ ପ୍ରଫେସର ଡକ୍ଟର ଅଶୋକ କୁମାର ମହାପାତ୍ର ଏବଂ ଆଲ୍ଲାହାବାଦ ହରିଶ୍ଚନ୍ଦ୍ର ଇନଷ୍ଟିଚ୍ୟୁଟ ର ପଦାର୍ଥ ବିଜ୍ଞାନ ବିଭାଗର ବୈଜ୍ଞାନିକ ପ୍ରଫେସର ଅରୁଣ କୁମାର ପତିଙ୍କୁ କୃତୀପ୍ରାକ୍ତନ ଛାତ୍ର ସମ୍ମାନ ରେ ସମ୍ବର୍ଦ୍ଧିତ

କରାଯାଇଥିଲା । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ପାଇଁ ଅବଦାନ ରଖିଥିବା ପ୍ରତିଷ୍ଠାତା ସଦସ୍ୟ ସର୍ବଶ୍ରୀ ବସନ୍ତ କୁମାର ପଣ୍ଡା,ଭଗବାନ ସାହୁ, ସନ୍ତୋଷ କୁମାର ମହାପାତ୍ରଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନୀତ କରାଯାଇ ଥିଲା । ଏହି ସମାରୋହରେ ବିଶ୍ୱବିଦ୍ୟାଳୟ ର କୃତି ଅଧ୍ୟାପିକ ଅଧ୍ୟାପିକା , ଅଧିକାରୀ,ଗବେଷକ, କର୍ମଚାରୀ, କ୍ରୀଡ଼ାବିତଙ୍କ ସମେତ ଏହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା। କୁଳପତି ପ୍ରଫେସର ଚକ୍ରପାଣିଙ୍କ ପୌରହିତ୍ୟରେ ଏବଂ କୂଳସଚିବ ଶ୍ରୀ ବିଶ୍ବାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାରୋହରେ ବିଶ୍ଵବିଦ୍ୟାଳୟର ବିଭିନ୍ନ ପଦସ୍ଥ ଅଧିକାରୀ, କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।



