ସ୍କୁଲ ବନ୍ଦ ନ କରିବାକୁ ମହିଳା ମାନଙ୍କ ଜିଲାପାଳଙ୍କୁ ଦାବିପତ୍ର

ଜେ ବି ଏନ୍,୧୧/୦୧/୨୦୨୧,(ରିପୋର୍ଟ ଚୈତନ୍ୟ ସାହୁ) ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ସାନକେରଜାଙ୍ଗ ଗ୍ରାମ ପଞ୍ଚାୟତର ଡାବରଧୂଆ ଗ୍ରାମର କିଛି ମହିଳା ଆଜି ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଥିଲା। ମିଳିଥିବା ସୂଚନା ଅନୁଯାୟୀ ଡବରଧୂଆ ପ୍ରାଥମିକ ବିଦ୍ୟାଳୟଟିକୁ ସରକାର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିବାରୁ କିଛି ମହିଳା ମାନେ ଆଜି ଏହାକୁ ବନ୍ଦ ନ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଥିଲା । ମହିଳା ମାନଙ୍କର ଅଭିଯୋଗ ଅନୁଯାୟୀ ଏହି ବିଦ୍ୟାଳୟ ଟି ବନ୍ଦ ହେଲେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟ ଅନ୍ଧାର ହେବାସହ ଛାତ୍ରଛାତ୍ରୀ ମାନଙ୍କୁ ବହୁତ ଅସୁବିଧାର ସମୂଖୀନ ହେବାକୁ ପଡିବ ବୋଲି ନିରଞ୍ଜିନୀ ଦେବତା, ମିଲି ଦେବତା, କୁନ୍ତୀ ମାହାଳିକ, ସଂଯୁକ୍ତା ଦେବତା, ପଦ୍ମିନୀ ମାହାଳିକ, କୁନି ମାହାଳିକ, ସୁଷମା ମାହାଳିକ ବବିତା ମାହାଳିକ, ରତ୍ନପ୍ରଭା ମାହାଳିକ, ନମିତା ଦେବତା, ଲିଲି ଦେବତା ମତ ପ୍ରକାଶ କରିଛନ୍ତି।



