
ଆଜାଦ ହିନ୍ଦ କ୍ଲବ ଅନୁଗୁଳ କୁ ହରାଇ କୁରୁମିଠା ଫାଇନାଳରେ
(ଜେ ବି ଏନ /ସୁବ୍ରତ କୁମାର) ୧୨/୦୧ /୨୦୨୧ ଅନୁଗୋଳ :ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ମହୀଧରପୁର ଗ୍ରାମ ଖେଳପଡ଼ିଆରେ ୧୬ ଟି ଦଳକୁ ନେଇ ଚାଲିଥିବା ଖେଳ ଆଜି କୁରୁମିଠା ସହିତ ଆଜାଦ ହିନ୍ଦ କ୍ଲବ ଅନୁଗୁଳ ଏଥିରେ ଟଚ ଜିତି କୁରୁମିଠା ବ୍ୟଟିଂ କରି ୧୦ ଓଭରରେ ୮୮କରିଥିଲା। ଏହାର ଜବାବରେ ଆଜାଦ ହିନ୍ଦ କ୍ଲବ ୧୦ ଓଭରରେ ୬ଟି ଓଇକେଟ ହରାଇ ୭୩ ରନ କରି ପରାସ୍ତ ହୋଇଥିଲା । କୁରୁମିଠା ବିଜୟୀ ହୋଇ ଫାଇନାଲରେ ପହଞ୍ଚି ଥିଲା । ଆସନ୍ତା କାଲି କୁରୁମିଠା ସହିତ ନୂଆଗାଁ ଫାଇନାଲ ଖେଳ ହେବ । ଆଜି ଖେଳରେ ପରିଚାଳନା କରିଥିଲେ ବବୁନ ସାହୁ, ସୁଜିତ ସାହୁ । ଆଜି ଖେଳରେ ମୁଖ୍ୟ ଅତିଥି ଭାବେ ସ୍ବେଚ୍ଛାସେବୀ ହେମନ୍ତ କୁମାର ପ୍ରଧାନ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ଆଜି ଦିନର ମ୍ୟାନ ଅଫ ଦି ମ୍ୟାଚ କୁରୁମିଠା ଦଳର ବିକାଶ ସାମଲ ଙ୍କୁ ଟ୍ରଫି ପ୍ରଦାନ କରିଥିଲେ।ଆଜି ଖେଳରେ କମେଟ୍ରି କରିଥିଲେ ସୁଶୀଲ କୁମାର ନାୟକ, ଖେଳରେ ସହଯୋଗ କରିଥିଲେ ରଞ୍ଜିତ ନାୟକ,ଜଗନ ସ୍ୱାଇଁ,ମଞ୍ଜିତ ସାହୁ,ଦୀପକ ନାୟକ, କ୍ଷୀରୋଦ ସାହୁ, ଜୟନ୍ତ କୁମାର ଜେନା,ନିର୍ମଳ ଜେନା,ମୁନା ଜେନା, ରକି ସାହୁ,ଚିଣ୍ଟୁ ବେହେରା, ଦୀପକ ଜେନା,ଚିକୁ ସାହୁ,ଅନିରୋଧ ନାୟକ,ବାବୁ ନାୟକ,ଶିବୁନ ବେହେରା, ଚିତରଞ୍ଜନ ଜେନା,ସୌଭାଗ୍ୟ ବେହେରା,ଆଶିଷ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।



