
ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି
(ଜେ ବି ଏନ /ସୁବ୍ରତ କୁମାର) ୧୪/୦୧/୨୦୨୧ ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ ଅନ୍ତର୍ଗତ ଥିଙ୍କର୍ସ ଫୋରମ୍ ସଭାଗୃହ ରେ ବ୍ଲକ ଲେଖକ ପରିଷଦ ତରଫରୁ ଓ ଥିଙ୍କର୍ସ ଫୋରମ୍ ସହାୟତା ରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଅଛି। ଆଜି ମକର ସଂକ୍ରାନ୍ତି ଦିନ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଦଣ୍ଡଧର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ମୁଖ୍ୟ ବକ୍ତା ଭାବେ ଓଡ଼ିଆ ଅଧ୍ୟାପକ ସୁବାସ ଚନ୍ଦ୍ର ମହାରଣା ସମ୍ମାନିତ ଅତିଥି ରୂପେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ, ଗାୟକ ପ୍ରାଣବନ୍ଧୁ ଦାସ। ସମ୍ମାନୀତ ବକ୍ତା ଭାବେ କାର୍ଯ୍ୟ କାରି ସଭାପତି ବୁଦ୍ଧଦେବ ପ୍ରଧାନ,ପ୍ରଞାମାନସ ପଣ୍ଡିତ ରମେଶ ଚନ୍ଦ୍ର ସାହୁ, ଅତିଥି ଭାବେ ସମୀଜ ସେବୀ ବିପିନ୍ ବିହାରୀ ସିଂ ମୁରଲୀଧର ରାଉତ ଫକୀରମୋହନ ସେନାପତିଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ।ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ଆବାହକ ରାଘବ ଚନ୍ଦ୍ର ମହାରଣା ଦେଇଥିବା ବେଳେ ଥିଙ୍କର୍ସ ଫର୍ମ ସଭାପତି ସୁବ୍ରତ ସାହୁ ଓ ପ୍ରକାଶ ବାରିକ ସହଯୋଗ କରିଥିଲେ।ମଞ୍ଚ ପରିଚାଳନା ସଞ୍ଯୋଯନା ଅନ୍ତର୍ଯ୍ୟାମୀ ବାରିକ କରିଥିଲେ।



