
ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ଼ ଯୋଦ୍ଧାଙ୍କୁ ଦିଆଗଲା କୋଭିଡ଼ ଟୀକା
(ଜେ ବି ଏନ /ସୁଶାନ୍ତ କୁମାର) ୧୯/୦୧/୨୦୨୧ ଅନୁଗୋଳ /ବଅଁରପାଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ବଅଁରପାଳ ବ୍ଲକର ଆଗ ଧାଡ଼ିର କୋଭିଡ଼ ଯୋଦ୍ଧାଙ୍କୁ କୋଭିଡ଼ ଟୀକା ପ୍ରଦାନର ଶୁଭ ଆରମ୍ଭ ହୋଇଯାଇଛି। ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ବଅଁରପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏଲିଜା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୋଭିଡ଼ ଟୀକା ପ୍ରଦାନ କେନ୍ଦ୍ରକୁ ଶୁଭ ଉଦଘାଟନ କରିଛନ୍ତି।ବଅଁରପାଳ ବ୍ଲକର କାର୍ଯ୍ୟ ରତ ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ କର୍ମଚାରୀଙ୍କୁ ପ୍ରଥମେ ଟୀକା ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଆଜି ପ୍ରଥମ ଟୀକା ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ଶଙ୍କର୍ଷଣ ଗାଆଣ ଗ୍ରହଣ କରିବା ପରେ ଅନ୍ୟ ୧୧୦ ଜଣ ଆଶା କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ଗ୍ରହଣ କରିଥିଲେ। ଟୀକା ପ୍ରଦାନ କରିଥିଲେ ସବିତା ଜେନା,କବିତା ରାଉତ,ସାଧନା ବେହେରା,। ଏହି ଟୀକା ପ୍ରଦାନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଡାକ୍ତର ପ୍ରଶ୍ନଜିତ ସାହୁ,ମାନସ ବେହେରା, ବି ପି ଏମ ଆରତୀ ସାହୁ, ରାଜେନ୍ଦ୍ର ମହାପାତ୍ର, ବିନୋଦ ଭୋଇ ପ୍ରମୁଖ ଉପସ୍ଥିତ ରହି ଟୀକା ପ୍ରଦାନ କେନ୍ଦ୍ରରେ ସହଯୋଗ କରିଥିଲେ।

ଆଜି ପ୍ରଥମ ଦିନରେ ଟୀକା ଗ୍ରହଣ କରିଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ମୁହଁରୁ
୧ :ଆଜି ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଦାନ କରାଯାଇଥିବା କୋଭିଡ଼ ଟୀକା ମୁଁ ଆଜି ପ୍ରଥମେ ଗ୍ରହଣ କରିଥିଲି। ଟୀକା ନେବା ପରେ ମୁଁ ନିଜକୁ ପୂର୍ବ ପରି ସୁସ୍ଥ ଅନୁଭବ କରୁଛି କୌଣସି ପାର୍ଶ୍ୱପ୍ରତିକ୍ରିୟା ମୋ ଠାରେ କିମ୍ବା ଆଜି ନେଇଥିବା ୧୧୦ ଜଣ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ଠାରେ ଦେଖିବାକୁ ମିଳି ନାହିଁ।
ଡାକ୍ତର ଶଙ୍କର୍ଷଣ ଗାଆଣ (ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ)
୨ : କରୋନା ମହାମାରୀରୁ ନିଜକୁ ରକ୍ଷା କରିବା ପାଇଁ ମୁଁ ଟୀକା ଆଜି ନେଇଛି। ଟୀକା ନେବା ପୂର୍ବରୁ ମୁଁ ବହୁତ ଉତ୍ସାହିତ ଥିଲି କାରଣ ଆଜି ବଅଁରପାଳ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମ ଟୀକା ପ୍ରଦାନ କରାଯାଇଛି। ଟୀକା ନେବା ପରେ ମୁଁ ବହୁତ ଉତ୍ସାହିତ ଥିବା ସହିତ ପୂର୍ବ ପରି ସୁସ୍ଥ ଅନୁଭବ କରୁଛି କୌଣସି ପର୍ଶ୍ୱପ୍ରତିକ୍ରିୟା ନାହିଁ।
ଆରତୀ ସାହୁ (ବି ପି ଏମ ବଅଁରପାଳ ବ୍ଲକ)
୩ : ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଥିଲୁ ଟୀକା ପାଇଁ ବହୁତ ଆଶାବାଦୀ ଥିଲୁ। ଟୀକା ଗ୍ରହଣ କରିବା ପରେ ଆଉ କରୋନା ଭୂତାଣୁକୁ ଭୟ ନାହିଁ କୋଭିଡ଼ ଟୀକା ନେଇ ମୁଁ ବହୁତ ଖୁସି ଓ ଉତ୍ସାହିତ ଅଛି।
ରାଜେନ୍ଦ୍ର ମହାପାତ୍ର ( ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରବନ୍ଧକ)
୪ : ରୋଗୀ ମାନଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନ ବାଜି ଲଗାଉଥିଲୁ । ବିପଦ ଜାଣି ମଧ୍ୟ ରୋଗୀ ମାନଙ୍କୁ ଚିକିତ୍ସା କରୁଥିଲୁ। ଆଜି କୋଭିଡ଼ ଟୀକାକୁ ଅପେକ୍ଷା କରିଥିଲୁ ଟୀକା ନେବା ପରେ ବହୁତ ଖୁସି ହୋଇଗଲି ।ଏବେ ବିନା କୌଣସି ଚିନ୍ତାରେ ରୋଗୀ ସେବା ପ୍ରଦାନ କରିବୁ।
ଡାକ୍ତର ପ୍ରଶ୍ନଜିତ ସାହୁ
(ଡାକ୍ତର ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର)
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-26-scaled.jpg)


