ଅଗ୍ନିକାଣ୍ଡରେ ଦୁଇ ବଖରା ଘର ଭସ୍ମୀଭୂତ ଓ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

ଜେ ବି ଏନ, ବଅଁରପାଳ ୨୧.୦୧.୨୦୨୧ (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଫୁଲପଡା ପଞ୍ଚାୟତ ଅନ୍ତର୍ଗତ ପଣ୍ଡପୁର ପାହାଡ଼ ପାଖରେ ଦୁଇ ବଖରା ଘର ଭସ୍ମୀଭୂତ ହେବା ସହ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଛି। ସୂଚନା ଅନୁଯାୟୀ ପଣ୍ଡପୁର ଗ୍ରାମର ସତ୍ୟାନନ୍ଦ ଗଡନାୟକ ପାହାଡ଼ ପାଖରେ ଏକ ପଥର କୁଆଁରୀ କରିଛନ୍ତି। ସେଇ କୁଆଁରୀ ପାଖରେ ଗାଡି ମୋଟର ରଖିବା ପାଇଁ ଏବଂ ବସବାସ କରିବା ପାଇଁ ଦୁଇ ବଖରା ଘର ନିର୍ମାଣ କରିଥିଲେ। ଆଜି ଅପରାହ୍ନ ସମୟରେ କୌଣସି କାରଣରୁ ଘରେ ନିଆଁ ଧରିଥିଲା ଓ ଦେଖ ଦେଖ କହିଲା ବେଳକୁ ସବୁକିଛି ସରି ଯାଇଥିଲା। ଘରେ ଥିବା ଆସବା ପତ୍ର ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। ଦମଳକ ବାହିନୀ ଖବର ପାଇ ତୁରନ୍ତ ପହଁଚି ନିଆଁ କୁ ଆୟତ୍ତ କରିଥିଲେ। ଦମକଳ ଗାଡି ଗାଁ ମଧ୍ୟରେ ଯିବା ଫଳରେ ବିଦ୍ୟୁତ ତାର ରେ ଲାଗି ପଣ୍ଡପୁର ଗ୍ରାମରେ ବିଦ୍ୟୁତ ବିଚ୍ଛିନ୍ନ ହୋଇଥିବା ସୂଚନା ମଧ୍ୟ ମିଳିଛି।



