
COVID – 19 ପାଇଁ ସଚେତନତା କାର୍ଯ୍ୟକ୍ରମ
(ଜେ ବି ଏନ /ସୁଶାନ୍ତ କୁମାର) ୨୦. ୦୧.୨୦୨୧ ଢେଙ୍କାନାଳ : ଜିଲ୍ଲାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଶରତ କୁମାର ଦେହୁରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରାଧିକାରଣର ପ୍ୟାନେଲ ଲୟାର , PLVs ମାନଙ୍କୁ ନେଇ ADR , ଗୃହ ଠାରେ ଅନଲାଇନ୍ ମାଧ୍ୟମରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ପ୍ରଥମ ଶ୍ରେଣୀ ବିଚାରବିଭାଗିୟ ମାଜିଷ୍ଟ୍ରେଟ ନିଶ ଅଗ୍ରୱାଲ ମହାମାରି ଅଧିନିୟମ ବିଷୟରେ ବିଷଦ ଭାବରେ ଆଲୋକପାତ କରି ମହାମାରି ବ୍ୟାପିବାଦ୍ବାରା ଲୋକମାନେ କିଭଳି ଅସୁବିଧାର ସମ୍ମୁଖିନ ହେଉଛନ୍ତି ଏବଂ ଏହାର ନିରାକରଣ ବିଷୟରେ ଅବଗତ କରାଇଥିଲେ । ଦ୍ବିତୀୟ ଶ୍ରେଣୀ ବିଚାରବିଭାଗିୟ ମାଜିଷ୍ଟ୍ରେଟ ଶ୍ରୀମୟୀ ନନ୍ଦ ସରକାରଙ୍କ COVID – 19 ପାଇଁ ପ୍ରଣିତ ହୋଇଥିବା ବିଭିନ୍ନ ନୀତି , ନିୟମ ବିଷୟରେ ଆଲୋକପାତ କରିଥିଲେ ଏବଂ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିମାନଙ୍କୁ ଏହି ନିୟମକୁ ମାନି ଚଳିବାପାଇଁ ନିଜ ବକ୍ତବ୍ୟରେ ଦର୍ଶାଇଥିଲେ । ଏହି ଶିବିରକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁକାନ୍ତ କିଶୋର ଜେନା ପରିଚାଳନା କରିଥିଲେ । ଏହି ଶିବିରରେ ପାରିବାରିକ ଅଦାଲତର ବିଚାରପତି ଦିପ୍ତିରଂଜନ କାନୁନ୍ଗୋ , ଅତିରିକ୍ତ ଜିଲ୍ଲାଜଜ୍ ଶ୍ରୀ ରାଜ୍କିଶୋର ମହାପାତ୍ର , ମୁଖ୍ୟ ବିଚାରବିଭାଗିୟ ମାଜିଷ୍ଟ୍ରେଟ ମୁକ୍ତିରଂଜନ ଶତପଥୀ , ରେଜିଷ୍ଟ୍ରର ସିଭିଲକୋର୍ଟ ଲୋପାମୁଦ୍ରା ପଣ୍ଡା , ଅତିରିକ୍ତ ବରିଷ୍ଟ ଦେୱାନୀ ଅଦାଲତ ବିଚାରପତି ଶ୍ରୀ ଛାୟାକାନ୍ତ ଦାଶ , ପ୍ରଥମ ଶ୍ରେଣୀ ବିଚାରବିଭାଗିୟ ମାଜିଷ୍ଟ୍ରେଟ ଶ୍ରୀମତି ରାଜଶ୍ରୀ ଆର୍ଯ୍ୟବାଳା ତ୍ରିପାଠୀ ଓ ମୌତ୍ରୀ ସାମନ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।



