ବିଧାୟକଙ୍କ ଆଠମଲ୍ଲିକ ଗ୍ରସ୍ତ

ଜେ ବି ଏନ୍ ( ୦୧/୨୧/୨୦୨୧, ରିପୋର୍ଟ, ସୁବ୍ରତ କୁମାର ସାମଲ), ଆଠମଲ୍ଲିକ: ନିଜ ଅଞ୍ଚଳ ପାଇଁ କିଛି କରି ଦେଖାଇବାର ସ୍ୱପ୍ନ ତାଙ୍କୁ ସଦାବେଳେ ଘାରୁଥିଲା । ଏପରିକି ୭ ବର୍ଷର ଚାକିରି ଛାଡ଼ି ରାଜନୀତି ମଇଦାନକୁ ଓହ୍ଲାଇଥିଲେ । ଆଉ ବିଜେଡି ଟିକେଟରୁ ଲଢ଼ି ଆଠମଲ୍ଲିକର ବିଧାୟକ ହୋଇଛନ୍ତି ରମେଶ ଚନ୍ଦ୍ର ସାଏ । ଯିଏକି ଦିନେ ଓଡ଼ିଶା ସରକାରଙ୍କର ଆଦିବାସୀ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ ।
ଲୋକଙ୍କ ସେବା ପାଇଁ ସେ ପ୍ରତ୍ୟେକ ଦିନ ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଥାଆନ୍ତି । ଆଜି ଏମିତି ଏକ ଗାଁକୁ ଗସ୍ତ କରିଛନ୍ତି ବିଧାୟକ । ଯେଉଁ ଗାଁକୁ ଯିବା ଲାଗି ରାସ୍ତାଘାଟର ସୁବିଧା ନାହିଁ । ଚାରି ପାଖରେ ପାହାଡ଼ ଘେରି ରହିଥିବା ଏହି ତେନ୍ତୁଳି ଖୋଳ ଗାଁକୁ ଯିବା ଲାଗି ଏକମାତ୍ର ବିକଳ୍ପ ହେଉଛି ଚାଲି ଚାଲି ପାହାଡ଼ ଅତିକ୍ରମ କରିବା ।
ଗାଁ ନା ଶୁଣିଲେ ନେତା ତ ଦୂରର କଥା ସାଧାରଣ ଲୋକମାନେ ମଧ୍ୟ ଯିବାକୁ ଅରାଜି ହୋଇଥାନ୍ତି । ଗାଁ ଠାରୁ ତଳକୁ ପାହାଡ଼ ଡେଇଁ ୫ କିଲୋମିଟର ଚାଲି ଚାଲି ଗଲା ପରେ ସାଇକେଲ ମାଧ୍ୟମରେ କଲେଜର ଯାଇଥାନ୍ତି ଛାତ୍ରଛାତ୍ରୀ । ଯିବା ଆସିବା ପରିଶ୍ରମ ଯେତେ ହେଉନା କାହିଁକି
ସେମାନଙ୍କ ମନୋବଳକୁ ଭାଙ୍ଗି ପାରିନି ଉଚ୍ଚଶିକ୍ଷିତ ହେବାର ଆଶା । ଗାଁକୁ ବିଧାୟକଙ୍କ ଗସ୍ତରେ ବେଶ୍ ଆନନ୍ଦିତ ଗ୍ରାମବାସୀ । ରାସ୍ତା ଏବଂ ପାଣି ସମସ୍ୟା ବିଧାୟକ ସୁଧାର ଆଣିବେ ବୋଲି ଗ୍ରାମବାସୀଙ୍କ ବିଶ୍ୱାସ ଅଛି ।
ବିଧାୟକ ରମେଶ ଚନ୍ଦ୍ର ସାଏ କହିଛନ୍ତି ଆମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅଛି ପ୍ରତ୍ୟେକ ଗାଁ କୁ ଯାଅ, ଲୋକଙ୍କ ସମସ୍ୟା ପୂରଣ କର । ମୁଁ ଏ ଦୁର୍ଗମ ଅଞ୍ଚଳ ଗସ୍ତ କରିଥିଲି, ଲୋକଙ୍କ ସହ ମିଶିଲି ଯଥାସମ୍ଭବ ଲୋକଙ୍କ ସମସ୍ୟା ପୂରଣ କରିବି ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି । ତେବେ, ଦେଖିବାର କଥା ସ୍ୱାଧୀନତାର ସାତ ଦଶନ୍ଧି ବିତିଥିବା ବେଳେ ତେନ୍ତୁଳି ଖୋଳ ଗ୍ରାମବାସୀଙ୍କୁ କେବେ ମିଳୁଛି ମୌଳିକ ସୁବିଧା ? ନା ପ୍ରତିଶ୍ରୁତି ଦେଇ ପୁଣି ଚୁପ୍ ବସି ପଡ଼ୁଛନ୍ତି ନେତା ଓ ପ୍ରଶାସନ ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)