ନାଉଗାଁ ଠାରେ ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ
ଜେ ବି ଏନ ୨୪/୦୧ /୨୦୨୧, (ରିପୋର୍ଟ, ବ୍ୟୁରୋ JRP), ଜଗତସିଂହପୁର : ଜଗତସିଂହପୁର ଜ଼ିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ତିରୁଣା ପଞ୍ଚାୟତ ର ଇନ୍ଦିରା ସ୍ମାରକୀ ଯୁବକ ସଂଘ ଓ କମନ ପିପୁଲ ସୋସିଆଲ ଫାଉଣ୍ଡେସନ ଦ୍ଵାରା ସୁବର୍ଣଶ୍ୱରୀ.ମନ୍ଦିର ପ୍ରାଙ୍ଗଣ ରେ ମୋ ପରିବାର ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ! ଜଗତସିଂହପୁର ବିଧାୟକ ତଥା ଜ଼ିଲ୍ଲା ଯୋଜନା କମିଟି ଅଧକ୍ଷ୍ୟ ପ୍ରଶାନ୍ତ କୁମାର ମୁଦୁଲି ମୁଖ୍ୟ ଅତିଥିଭାବେ ଯୋଗଦେଇ ଜୀବନ ବିନ୍ଦୁ ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ !ଅନ୍ୟ ମାନଙ୍କ ମଧ୍ୟ୍ୟ ରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଜ଼ିଲ୍ଲା ସଂଯୋଜକ ମଧୁ ସୁଦନ ସାହୁ, ନାଉଗାଁ ପଞ୍ଚାୟତ ସମିତି ଅଧକ୍ଷ୍ୟ ଜଗନ୍ନାଥ ଦାସ, ଜ଼ିଲ୍ଲା କୃଷକ ମୋର୍ଚା ସଭାପତି ପ୍ରକାଶ ବସ୍ତିଆ ପ୍ରମୁଖ ଯୋଗଦେଇଥିଲେ, ! ଏହି ଜୀବନ ବିନ୍ଦୁ ରକ୍ତଦାନ ଶିବିରରେ 95 ୟୁନିଟ ରକ୍ତ ସଂଗ୍ରହ କରାଯାଇ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର କୁ ପ୍ରଦାନ କରାଯାଇଥିଲା l

!




