ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ଜାତୀୟ ଶିଶୁ କନ୍ୟା ରତ୍ନ ଦିବସ ପାଳିତ

ଜେ ବି ଏନ, ୨୫/୦୧ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ଜାତୀୟ ଶିଶୁ କନ୍ୟା ରତ୍ନ ଦିବସ ପାଳିତ ହୋଇଯାଇଛି । ଇଶୋ ପକ୍ଷ ରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଏସ୍ପି ବିନୟକୃଷ୍ଣ କାମିଲା ଯୋଗ ଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ୱାମୀ , ” ଜିଲ୍ଲା ଶିଶୁ ସୁରକ୍ଷା କମିଟିର ସଦସ୍ୟ ନିରଞ୍ଜନ ମିଶ୍ର , ଭାନୁମତୀ ମିଶ୍ର , ଇନରହୁଇଲ କ୍ଲବର ସଭାପତି ଶାସ୍ଵତୀ ଦାସଗୁପ୍ତା , ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ରାମଚନ୍ଦ୍ର ମଲ , ମହିଳା ସୁରକ୍ଷା ପ୍ରକୋଷ୍ଠର ଉପଦେଷ୍ଟା ଶାନ୍ତି ମିଶ୍ର , ଇଶୋ ଅନୁଷ୍ଠାନର ସଂପାଦିକା ପୁଷ୍ପାଞ୍ଜଳି ଜେନା ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ଝିଅମାନେ ଭୟଭୀତ ନ ହୋଇ ଆତ୍ମ ନିର୍ଭରଶୀଳ ହୋଇ ଆଗକୁ ଚାଲିବା ଆବଶ୍ୟକ ବୋଲି ଅତିଥିମାନେ ପରାମର୍ଶ ଦେଇଥିଲେ । ଆମ ଜିଲ୍ଲାରେ କନ୍ୟାଭୃଣ ହତ୍ୟାରେ ତୃତୀୟ ସ୍ଥାନରେ ରହିଛି। ଆମେମାନେ ସଚେତନ ହୋଇ ବାଲ୍ୟବିବାହ , ପାରିବାରିକ ହିଂସା , ଯୌନ ନିର୍ଯାତନା ଆଦିକୁ ରୋକିବା ଦରକାର। କାର୍ଯ୍ୟକ୍ରମରେ କଲେଜର ଛାତ୍ରୀଙ୍କ ସମେତ ବିଶ୍ଵ କୁନ୍ତଳ ଶିଶୁଗୃହର ଛାତ୍ରୀ ଉପସ୍ଥିତ ଥିଲେ । ସଂପାଦିକା ପୁଷ୍ପାଞ୍ଜଳୀ ଜେନା ସମସ୍ତ ଅତିଥିମାନଙ୍କୁ ସ୍ୱାଗତ ଭାଷଣ ଦେଇଥିବା ବଳେ ଇନରହୁଇଲ୍ କ୍ଲବର ସଭାପତି ଶାସ୍ବତୀ ଦାସଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ । ଇଶୋ ଅନୁଷ୍ଠାନର ସର୍ବେଶ୍ଵର ମଲ୍ଲିକ , ସ୍ଥିତିପ୍ରଜ୍ଞା ଜେନା , ସ୍ଵର୍ଣ୍ଣ ଲତା ବେହେରା , ହରପ୍ରିୟା ପଣ୍ଡା , ଅନିମା ନାୟକ , ତାରା ସ୍ବାଇଁ , ଅନ୍ନପୂର୍ଣ୍ଣ ସେଠି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।



