
ପ୍ରଥମ ପର୍ଯ୍ୟାୟ କୋଭିଡ଼ ୧୯ ଟୀକାକରଣ କାର୍ଯ୍ୟକ୍ରମ
(ଜେ ବି ଏନ /ସୁଶାନ୍ତ କୁମାର) ୨୫/୦୧ /୨୦୨୧ ଅନୁଗୋଳ : ଅନଗୁଳ ଜିଲ୍ଲା ରେ ପ୍ରଥମ ପର୍ଯ୍ୟାୟ ପାଞ୍ଚଦିନବ୍ୟାପୀ କୋଭିଡ଼ ୧୯ ଟୀକାକରଣ କାର୍ଯ୍ୟକ୍ରମ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଶତ ପ୍ରତିଶତ ସଫଳତାର ସହ ସମ୍ପାଦିତ ହୋଇଯାଇଅଛି । ଏହି ଟୀକାକରଣ କାର୍ଯ୍ୟକ୍ରମ ରେ କୌଣସି ପାର୍ଶ୍ଵପ୍ରତିକ୍ରିୟା ନଥାଇ ସର୍ବମୋଟ ୫୦୨୪ ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କୁ ଟୀକା ପ୍ରଦାନ କରାଯାଇଅଛି । ଅଗ୍ରାଧିକାର ଭିତ୍ତିରେ ଡାକ୍ତର , ଷ୍ଟାଫନର୍ସ , ଫାର୍ମାସିଷ୍ଟ , ମହିଳା ସ୍ବାସ୍ଥ୍ୟକର୍ମୀ , ସଫାଇ କର୍ମଚାରୀ , ଆଶା , ଅଙ୍ଗନବାଡି କର୍ମୀ , ଓ ସ୍ବାସ୍ଥ୍ୟବିଭାଗ ର ଅନ୍ୟାନ କର୍ମଚାରୀ ମାନଙ୍କୁ ଏହି ଟୀକା ଦିଆଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ , ୩ଟି ଉପଖଣ୍ଡ ଚିକିତ୍ସାଳୟ ସମେତ ୯ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଟୀକାକରଣ କେନ୍ଦ୍ର କରାଯାଇ ଏହି ଟୀକାକରଣ କାର୍ଯ୍ୟକ୍ରମ କରଯାଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲସ୍ତରୀୟ ଜାତୀୟ ସ୍ୱାସ୍ଥ୍ୟ ମିଶନ ର ସମସ୍ତ କର୍ମଚାରୀ ଏହି ଟୀକାକରଣ କାର୍ଯ୍ୟକ୍ରମକୁ ବିଭିନ୍ନ ସମୟରେ ତଦାରଖ କରି ଏହାର ସଫଳ ରୂପାୟନ ନିମନ୍ତେ ଯୋଜନାବଦ୍ଧ ଭାବରେ କମ କରିଥିଲେ ।

ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା , ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର କର୍ମକର୍ତ୍ତା ତଥା ବ୍ଲକ ସ୍ତରୀୟ କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ କାର୍ଯ୍ୟକ୍ରମ ଆସନ୍ତା ୨୮ତାରିଖରୁ ପର୍ଯ୍ୟାୟକ୍ରମେ ଫେବୃଆରି ୧୦ ତାରିଖ ଯାଏ ଚାଲୁରହିବ । ପ୍ରଥମ ପର୍ଯ୍ୟାୟ ପରି ଏହି ପର୍ଯ୍ୟାୟ ରେ ଅବଶିଷ୍ଟ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀ ମାନଙ୍କୁ ଟୀକା ଦିଆଯିବ ଏବଂ ଏହାର ସଫଳ ରୂପାୟନ ପାଇଁ ଜିଲ୍ଲାପାଳ ଏକ ଅଯୋଜନା ପ୍ରସ୍ତୁତ କରି ଏହାକୁ ଶତପ୍ରତିଶତ ସଫଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତତସହିତ ଆସନ୍ତା ୩୧ ଜାନୁୟାରୀ , ୧ ଓ ୨ ଫେବୃଆରି ରେ ହେବାକୁ ଥିବା ପଲସ ପୋଲିଓ କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।



