ବୁଢାପଙ୍କ ଗ୍ରାମରେ ପୌଷ ପୂର୍ଣ୍ଣିମା ଯାତ୍ରା ଅନୁଷ୍ଠିତ

ଜେ ବି ଏନ, ୨୮/୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ବଅଁରପାଳ : ଆଜି ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢାପଙ୍କ ଗ୍ରାମ ରେ ମା ବାଉତି ଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l କୋଭିଡ କଟକଣା ଯୋଗୁଁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ଯାତ୍ରା ଫିକା ହୋଇ ଯାଇଛି l ଗ୍ରାମର ଗଡ଼ ସାହିରୁ ଦିଅ ଘରୁ ମାଜଣା ହୋଇ ମା ବାଉତି ଦିନ ଗୋଟାଏ ସମୟରେ ସାଧାରଣ ପଟୁଆର ହୋଇ ଗ୍ରାମ ମୁଣ୍ଡରେ ଥିବା ମା ବାଉତି ପୀଠକୁ ଗମନ କରିଥିଲେ l ଏହି ସମୟରେ ଗ୍ରାମର ମା ମାନେ କରୋନା କଟକଣା ଅନୁଯାୟୀ ଠାକୁରାଣୀ ଙ୍କୁ ବନ୍ଦା ପଣା କରିଥିଲେ l ପିଠ ସ୍ଥଳୀ ରେ ଦେବୀଙ୍କୁ ଖଂଡ଼ୁଆଳ, ମହାପାତ୍ର ପ୍ରଭୃତି ପୂଜକ ଉପସ୍ଥିତ ରହି ପୂଜା ପାଠ କରିଥିଲେ l ରାତ୍ରି ସମୟରେ ମା ବାଉତି ଙ୍କ ରାତ୍ର ପୂଜା ଅନୁଷ୍ଠିତ ହେବ l



