ମହାପ୍ରଭୁ ଶ୍ରୀ ଶ୍ରୀ ବାବା ବୈଦ୍ୟନାଥେସ୍ଵର ଙ୍କର ମନ୍ଦିର ପ୍ରତିଷ୍ଠା ଅବସରରେ କଳସୀ ଶୋଭାଯାତ୍ରା

ଜେ. ବି. ଏନ୍, ୦୪ /୦୨ /୨୦୨୧ (ବିନୋଦ କୁମାର /ଶୁଭମ ପାଣି) ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପୌରାଞ୍ଚଳ ଅନ୍ତର୍ଗତ ବନମାଳୀ ପ୍ରସାଦ ଗ୍ରାମରେ ତା. ୦୧/୦୨/୨୦୨୧ ଠାରୁ ତା. ୦୪ /୦୨ /୨୦୨୧ ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀ ଶ୍ରୀ ବାବା ବୈଦ୍ୟନାଥେସ୍ଵର ଙ୍କର ମନ୍ଦିର ପ୍ରତିଷ୍ଠା ଯାଥା ରୀତି ଅନୁଷ୍ଠିତ ହେଉଅଛି। ତା. ୦୧/୦୨ /୨୦୨୧ ରେ ପ୍ରାତଃ ୧୨ ଘଟିକା ସମୟରେ ୨୨୧ ଜଣ ମା. ମାଉଁସୀ. ଭାଇ ମାନେ ଶୁଭ କଳସୀ ଯାତ୍ରାରେ ବାହାରିଥିଲେ। ଘଣ୍ଟ, ଘଣ୍ଟା, ସଙ୍ଖଧ୍ୱନି, ହରିବୋଲ ହୁଳହୁଳି ପ୍ରକମ୍ପିତ ହୋଇ କଳସ ଶୋଭାଯାତ୍ରା ହୋଇଥିଲା। ସୂୂର୍ଯ୍ୟ , ଗୋ ପୂଜା ଆଦି କାର୍ଯ୍ୟ ପରେ ମହାପ୍ରଭୁଙ୍କର ମହାସ୍ନାନ ପର୍ବ ପରେ ନଗର ପରିକ୍ରମା କରିଥିଲେ। ତତ୍ପରେ ତ୍ରିନିଦାଦମକ ଆରମ୍ଭ ହୋଇଥିଲା। ଶେଷ ଦିନରେ ତା. ୦୪/୦୨ /୨୦୨୧ ରିଖରେ ପ୍ରାତଃ ୮.୩୦ ମିନିଟ୍ ରେ ସୂର୍ଯ୍ୟ ପୂଜା ଗୋ ପୂଜା ଆଦି କାର୍ଯ୍ୟ ସାରି ପୁନଃ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା। ଦିବା. ୧.୩୦ ମିନିଟ୍ ରେ ଚଳନ୍ତି ପ୍ରତିମା ମନ୍ଦିର ପ୍ରବେଶ କରିଥିଲେ। ଦିବା ୨ ଘଟିକା ସମୟରେ ମହା ରୁଦ୍ରାଭିଷେକ ହୋଇଥିଲା। ତା ପରେ ମହା ପ୍ରସାଦ ସେବନ କରାଯାଇଥିଲା। ସନ୍ଧ୍ୟା ୬ ଘଟିକା ସମୟରେ ବଡ ସିଂହାର ବେଶରେ ମହା ପ୍ରଭୁଙ୍କର ନବ ଯୌବନ ବେଶ ଦର୍ଶନ କରିଥିଲେ। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ଗଣ ପ୍ରଭୁଙ୍କର ନବ ଯୌବନ ଦର୍ଶନରେ ବିମୋହିତ ହୋଇ ଉଠିଥିଲେ। ରାତ୍ର ୧୦ ଘଟିକା ସମୟରେ ପୂର୍ଣ୍ଣ ଶୁଭ କଳସୀ ଉଦଯାପନ ହୋଇଯାଇଥିଲା। ଆଖ ପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଭକ୍ତ ଗଣ ବଦାନ୍ୟ ବ୍ୟକ୍ତି ଇତ୍ୟାଦି ଉକ୍ତ ମହୋତ୍ସବରେ ଯୋଗ ଦେଇ ମନ୍ଦିର ପ୍ରତିଷ୍ଠା କୁ ସାଫଲ୍ୟ ମଣ୍ଡିତ କରିଥିଲେ। ସର୍ବୋପରି ଗ୍ରାମବାସୀ ଓ ପଣ୍ଡିତ ସନ୍ତୋଷ କୁମାର ମିଶ୍ରଙ୍କ ତତ୍ତ୍ବାବଧାନରେ ମୁଖ୍ୟ ପଣ୍ଡିତ ଶ୍ରୀଯୁକ୍ତ ଦୋଳ ଗୋବିନ୍ଦ ପଣ୍ଡା ଓ ଗ୍ରାମ୍ୟ ପୁରୋହିତ ଶ୍ରୀଯୁକ୍ତ ବିପିନ ବିହାରୀ ମିଶ୍ର ଙ୍କ ତତ୍ବାବଧାନରେ ସହଯୋଗୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଦାସ, ଶ୍ରୀଯୁକ୍ତ ଦେବରାଜ, ଶ୍ରୀଯୁକ୍ତ ରାଧାକାନ୍ତ ଦାସ, ଶ୍ରୀଯୁକ୍ତ ନରହରି ପଣ୍ଡା, ଶ୍ରୀଯୁକ୍ତ ନିଗମ ପ୍ରସାଦ ଦାସ, ଆଲୋକ କୁମାର ପଣ୍ଡା, ଶ୍ରୀଯୁକ୍ତ କାହ୍ନୁଚରଣ ପଣ୍ଡା, ଆଦି ଯଜ୍ଞ କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନ କରିଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-19-scaled.jpg)
