ଲାଗିଲା ଡୋରି, ଆଜି ତିନି ଠାକୁରଙ୍କ ଦର୍ଶନ ପାଇଁ ଯିବେ ମୁଖ୍ୟମନ୍ତ୍ରୀ ପୁରୀ

ଜେ ବି ଏନ, ୦୮/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ୱର : ଆଜି ପୁରୀ ଅଭିମୁଖେ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ l ଠାକୁରଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି l ତେବେ କରୋନା ମହାମାରୀ ସମୟରେ କଟକଣା ଯୋଗୁ ଦୀର୍ଘଦିନ ଧରି ମୁଖ୍ୟମନ୍ତ୍ରୀ ଦର୍ଶନ ସୁଯୋଗ ରୁ ବଞ୍ଚିତ ଥିଲେ l ମୁଖ୍ୟମନ୍ତ୍ରୀ ଶ୍ରୀଜିଉଙ୍କ ଦର୍ଶନ ଲାଭ କରିବେ। କରୋନା ମହାମାରୀ ପରେ ଆଜି ପ୍ରଥମଥର ପାଇଁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ। ଏହି ଗସ୍ତ ସମୟରେ ସେ ପୁରୀର ସୌନ୍ଦର୍ଯ୍ୟକରଣ ପ୍ରତି ଗୁରୁତ୍ୱାରୋପ କରି ପାରନ୍ତି । ଆଜି ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କୁ ଦର୍ଶନ କରିବେ। ସେ ନେଇ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି ।



