ଭୁକ୍ତା ଜନତା ହାଇ ସ୍କୁଲ ର ୧୯୯୯ବ୍ଯାଚ ର ପୁରାତନ ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ
ଜେ. ବି. ଏନ୍, ୦୭/୦୨ /୨୦୨୧,( ବିନୋଦ କୁମାର ନାୟକ), ବରଗଡ଼ : ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ଭୁକ୍ତା ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀ ପରିସରେ ୧୯୯୯ ବ୍ଯାଚ ଜନତା ହାଇ ସ୍କୁଲ ଭୁକ୍ତା ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ୨୦ ବର୍ଷ ପରେ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଅଛି । ଏହି ବନ୍ଧୁ ମିଳନ ରେ ମୁଖ୍ୟ ଅତିଥି ଭାବେ ଏହି ବିଦ୍ୟାଳୟ ପୁରାତନ ପ୍ରଧାନ ଶିକ୍ଷକ ଦୁଲାର ସିଂ ନାୟକ,ସମ୍ମାନିତ ଅତିଥି ଭାବେ ପୁରାତନ ଶିକ୍ଷକ ବିପିନ ବିହାରୀ ବେହେରା,ନୀଳକଣ୍ଠ ମେହେର,ସୌକିଲାଳ ନାୟକ,ପୂର୍ଣ୍ଣ ଚନ୍ଦ୍ର ପଧାନ,ଏବଂ ଜନତା ହାଇ ସ୍କୁଲ୍ ଭୁକ୍ତା କାର୍ଯ୍ଯରତ ସହକାରୀ ଶିକ୍ଷକ ଇଶ୍ବର ପଧାନ,ଜ୍ଯୋତି ରଞ୍ଜନ ପ୍ରଧାନ,ସଂଜୟ ଖମାରୀ,ରାଧେଶ୍ଯାମ ବାରିକ ପ୍ରମୁଖ ଯୋଗଦେଇ ଗୁରୁ ଓ ଶିଷ୍ଯ ସଂପର୍କର ଅଭୁଲା ସ୍ମୁତି ସଂପର୍କରେ ଆଲୋଚନା କରି ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ପରିବାର ମଙ୍ଗଳ କାମନା କରିଥିଲେ । ଏହି ଅବସରରେ ମଞ୍ଚାସୀନ ଗୁରୁ ମାନଙ୍କୁ ପୁଷ୍ପ ଗୁଚ୍ଛା ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମସ୍ତ ସହପାଠୀ ପରିବାର ପରିଚୟ ପ୍ରଦାନ ଓ ଗୁରୁ ମାନଙ୍କ ପାଦ ସ୍ବର୍ଶ କରି ଜଣାଇବା ପରିବେଶ ଅତ୍ଯନ୍ତ ଭାବବିହ୍ବଳ କରିଦେଇଥିଲା । ସ୍ବାଗତ ଭାଷଣ ଓ ଉଦ୍ଦ୍ଯେଶ ଜ୍ଞାପନ ରଞ୍ଜିତ ପଟେଲ । ଅତିଥି ପରିଚୟ ପ୍ରଦାନ ଇଶ୍ବର ପଧାନ । ସ୍ବର୍ଗତ ସହପାଠୀ ବନ୍ଧୁ ଓ ସ୍ବର୍ଗତ ଗୁରୁ ମାନଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ବନ୍ଧୁ ମିଳନ ରେ ବିନୋଦ ନାୟକ ଙ୍କ ନେତୃତ୍ଵରେ ନନ୍ଦ କିଶୋର ପଟେଲ,ଜୟନ୍ତୀ ପଟେଲ,ପରମେଶ୍ଵର ସା,ବଳରାମ ବିସର,ସକ୍ରାଜିତ ଖଗେଶ୍ବର,ସୁଶିଳ ପ୍ରଧାନ,ଲଷ୍ମଣ ସିଦାର,ଜୟଶ୍ରୀ ପଟେଲ, ଶ୍ଵେତବନ୍ତି ପଟେଲ, ପ୍ରହଲାଦ ଚୌଧୁରୀ, ପଦ୍ମନ ପଟେଲ ସମେତ ସମସ୍ତ ସହପାଠୀ ବନ୍ଧୁ ମାନଙ୍କ ମିଳିତ ସହଯୋଗରେ ବନ୍ଧୁ ମିଳନ ର ପରିଚାଳନା କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ବୈଷ୍ଣବ ଭୋଇ ସମସ୍ତ କୁ ଧନ୍ଯବାଦ ଅର୍ପଣ କରିଥିଲେ ।




