ଶିଶୁ ବିଦ୍ୟାମନ୍ଦିର ବଅଁରପାଳ ରେ ଅଭିଭାବକ ସମ୍ମିଳନୀ

ଜେ ବି ଏନ, ୦୮/୦୨/୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), /ବଅଁରପାଳ/ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବଅଁରପାଳ ରେ ପ୍ରଥମ ପର୍ଯ୍ୟାୟରେ ଶିଶୁ ପ୍ରାରମ୍ଭ ଠାରୁ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି।ବିଦ୍ୟାଳୟର ସଭାପତି ତଥା ସୈଖିକ ପ୍ରମୁଖ ପୁରନ୍ଦର ବିଶ୍ୱାଳ,କରୋନା ପ୍ରକଠ ହେତୁ ପ୍ରତୀକ୍ଷ ପାଠ ପଢା ହୋଇ ନପାରିବାରୁ ଦୁଃଖ ପ୍ରକାଶ କରିଥିଲେ।ଏବଂ ପରୋକ୍ଷ ଭାବରେ (ଅନଲାଇନ)ଭାବରେ ମାର୍ଚ୍ଚ ମାସ ଠାରୁ ଅଦ୍ୟାବଧି ପାଠ ପଢା ସମ୍ବନ୍ଧରେ ଆଲୋଚନା କରିଥିଲେ।ସମ୍ପାଦକ ଅଖିଳ କୁମାର ମହାପାତ୍ର,ବ୍ୟବସ୍ଥା ପକ୍ଷ ଶିଶୁ ମାନଙ୍କର ସୁବିଧା ଅସୁବିଧା ପାଠ ପଢା ଦରମା ବିଦ୍ୟାଳୟ ସ୍ଥିତ ତଥା ଅଭିଭାବକ ମାନଙ୍କର ଭଲମନ୍ଦ ବିଷୟରେ ବକ୍ତବ୍ୟ ରଖିଥିଲେ।ଏବଂ ଆଗାମୀ ପରୀକ୍ଷା ତଥା ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଥିଲେ।ଓ କୋଷାଧ୍ୟକ୍ଷ ପ୍ରମୋଦ କୁମାର ଆର୍ଥିକ ପକ୍ଷ ବିଷୟରେ ଆଲୋଚନା କରିଥିଲେ।ବିଦ୍ୟାଳୟର ଅଭିଭାବକ ଦଣ୍ଡଧର ସେଠି, ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।ପ୍ରଧାନ ଆଚାର୍ଯ୍ୟ ପ୍ରଭାତ କୁମାର ମିଶ୍ର,ଅତିଥି ପରିଚୟ ବୈଠକର ଉପାଦେୟତା ସମ୍ବନ୍ଧରେ କଥା ରଖିଥିଲେ।ଅଭିଭାବକ ମାନେ ସେମାନଙ୍କର ନିଜସ୍ୱ ମତାମତ ତଥା ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ।ପ୍ରାତଃ ପ୍ରଯ୍ୟାୟ ପ୍ରମୁଖ ଲଷ୍ମୀଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ବୈଠକରେ ପ୍ରାୟ ୮୦ରୁ ଅଧିକ ଅଭିଭାବକ ଯୋଗଦାନ କରିଥିଲେ।ପ୍ରାତଃ ପ୍ରର୍ଯାୟର ସମସ୍ତ ଗୁରୁଜୀ ଗୁରୁମାଙ୍କ ପ୍ରଚେଷ୍ଟାରେ ପ୍ରଥମ ପ୍ରତ୍ୟିକ ଅଭିଭାବକ ବୈଠକ ସାଫଲ୍ୟ ମଣ୍ଡିତ ହୋଇଥିଲା।ଆଗାମୀ ୧୦ତାରିଖ ଦିନ ୩ୟରୁ ୫ମ ଓ ୧୩ତାରିଖ ୨ୟରୁ ୮ମ ପର୍ଯ୍ୟନ୍ତ ବୈଠକ ହବ ବୋଲି ପ୍ରଧାନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।




