କପୁର ପରିବାରରେ ଦୁଃଖର ପାହାଡ଼ : ଋଷି କପୁରଙ୍କ ସାନଭାଇ ରାଜୀବ କପୁରଙ୍କ ଦେହାନ୍ତ

ଜେ ବି ଏନ, ୦୯/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ/ମୁମ୍ବାଇ : ଅଭିନେତା ରଣଧୀର କପୁର ଏବଂ ଋଷି କପୁରଙ୍କ ସାନଭାଇ ରାଜୀବ କପୁରଙ୍କ ଦେହାନ୍ତ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ରାଜୀବ କପୁରଙ୍କ ଚେମ୍ବୁରର ସ୍ଥିତ ଘରେ ହୃଦଘାତ ଆଟାକ ହୋଇଥିଲା। ଏହା ପରେ ରଣବୀର କପୁର
ଓ ପରିବାରର ଅନ୍ୟ ସଦସ୍ୟ ତାଙ୍କୁ ଶୀଘ୍ର ଇନଲାକ୍ସ ହସ୍ପିଟାଲକୁ ନେଇଥିଲେ , କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ରାଜୀବ କପୁର ପ୍ରାୟ ଦିନ ଗୋଟାଏ ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।



