ବଅଁରପାଳ ବ୍ଲକ କଂଗ୍ରେସ ସଭାପତି ହେଲେ ବିନୋଦ କୁମାର ମାଝୀ
ଜେ ବି ଏନ, ୦୯.୦୨.୨୦୨୧,(ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ କଂଗ୍ରେସ ସଭାପତି ଭାବେ ବିନୋଦ କୁମାର ମାଝୀ ମନୋନୀତ ହୋଇଛନ୍ତି। ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ନୂତନ ସଭାପତିଙ୍କ ନାମ ଘୋଷଣା କରିଛି। ବିନୋଦ କୁମାର ମାଝୀଙ୍କ ଉପରେ ଆସ୍ଥା ପ୍ରକଟ କରି ବଅଁରପାଳ ବ୍ଲକ କଂଗ୍ରେସ ଦାୟିତ୍ୱ ଅର୍ପଣ କରାଯାଇଛି। ଆଗାମୀ ଦିନରେ ତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ କରିବା ସହ ଗାଁ ଗହଳିର ସମସ୍ୟା କୁ ଉପସ୍ଥାପନା କରି ସଂଗଠନ ମଜବୁତ କରାଯିବ ବୋଲି ଶ୍ରୀ ମାଝୀ ସୂଚନା ଦେଇଛନ୍ତି। ଏହି ଶ୍ରେୟ ପାଇଁ ନୂତନ ବଅଁରପାଳ ବ୍ଲକ କଂଗ୍ରେସ ସଭାପତି ବିନୋଦ କୁମାର ମାଝୀ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ବିପ୍ଳବ ଜେନା, ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଓ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-3-scaled.jpg)


