ମୋଟର ସାଇକେଲ ଆରୋହୀ ଙ୍କୁ ହାତି ମାରିଥିବା ସନ୍ଦେହ

ଜେ ବି ଏନ, ୧୦/୦୨/୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ କରତପଟା ଫରେଷ୍ଟ ଗେଟ୍ ନିକଟରେ ଏକ ମୃତ ଦେହ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ମୃତ ବ୍ୟକ୍ତି ହେଉଛନ୍ତି ରମେଶ, ବୟସ( ୪୫ )ଏବଂ ତାଙ୍କ ଘର ବନ୍ତଳା ଅନ୍ତର୍ଗତ ସୁନାଭୁଇଁ ଗ୍ରାମର ବୋଲି ଜଣାପଡିଛି । ତାଙ୍କର ଗୋଟିଏ ବନ୍ତଳା ଛକରେ ସାଇକଲ ଫିଟ୍ଟର ଦୋକାନ ଅଛି। ଖବର ରୁ ପ୍ରକାଶ ସେ ଗତ କାଲି କୈଣସି କାର୍ଯ୍ୟ ରେ ବଲଙ୍ଗ ଯାଇଥିଲେ, ଫେରିବା ବେଳକୁ ରାତି ଅନେକ ହେବାରୁ ହାତି ଭୟରେ ସେ ସେଇଠୁ ନ ଆସି ସେଠି ତାଙ୍କ ବନ୍ଧୁ ବାନ୍ଧବ ଘରେ ରହିଜାଇଥିଲେ ଓ ଭୋରୁ ଭୋରୁ ଘରକୁ ଫେରୁଥଲେ ବୋଲି ଯାହା ଖବର ରହିଛି କିନ୍ତୁ କରତ ପଟା ଛକ ଆଗରେ ଥିବା ଫରେଷ୍ଟ ଅଫିସ୍ ପାଖାପାଖି ତାଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଛି ଏବଂ ମୃତଦେହ ପାଖରେ ତାଙ୍କ ମୋଟର ସାଇକେଲ (ଗାଡି ନଂOR- C-7128)ଏବଂ ମୋନି ପୋର୍ସ ପଡିଥିବା ଦେଖିବାକୁ ମିଳିଛି । ତାଙ୍କର କେଉଁ କାରଣରୁ ମୃତ୍ୟୁବରଣ ହୋଇଛି ଏବଂ କେତେବେଳେ ହୋଇଛି ତାହା ସଠିକ୍ ଭାବେ ଜଣାପଡିନଥିବା ବେଳେ ତାଙ୍କୁ ହାତି ମାରିଥିବା ସନ୍ଦେହ ପ୍ରକାଶ କରାଯାଉଛି । ବର୍ତ୍ତମାନ ଏ ଖବର ସାରା ଅଞ୍ଚଳରେ ପ୍ରସାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ସୂଚନା ପାଇ ବନ୍ତଳା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅଧିକ ତଦନ୍ତ ଚଳାଇଛି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-3-scaled.jpg)


