ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଚୌରି ଚୌରା ଶତବାର୍ଷିକୀ ସମାରୋହର ସ୍ମାରକୀ ଡାକ ଟିକଟ ଉନ୍ମୋଚନ


ଜେ ବି ଏନ, ୦୪/୦୨/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚୌରି ଚୌରା ଶତବାର୍ଷିକୀ ସମାରୋହର ସ୍ମାରକୀ ଡାକ ଟିକଟ ଉନ୍ମୋଚନ କରିଛନ୍ତି। ଆଜି ଚୌରି ଚୌରା ଘଟଣାକୁ 100 ବର୍ଷ ପୁରିଛି । ଏହା ଆମ ସ୍ୱାଧୀନତା ସଂଗ୍ରାମର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ବୋଲି କୁହାଯାଉଛି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ 100 ବର୍ଷ ପୂର୍ବେ ଚୌରି ଚୌରାରେ ଯାହା ଘଟିଯାଇଥିଲା ତାହା କେବଳ ପୋଲିସ୍ ଥାନାରେ ନିଆଁ ଲଗାଇବାର ଘଟଣା ନଥିଲା, ଚୌରି ଚୌରାର ବାର୍ତ୍ତା ବହୁତ ବଡ ଏବଂ ବ୍ୟାପକ ଥିଲା। ନିଆଁ ପୋଲିସ ଥାନାରେ ଲାଗି ନଥିଲା, ନିଆଁ ଲୋକଙ୍କ ହୃଦୟରେ ଜଳି ଉଠିଥିଲା l
ଏତଦବ୍ୟତୀତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଚାଷୀଙ୍କୁ ସଶକ୍ତ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ମଣ୍ଡିକୁ ଚାଷୀଙ୍କ ମନପସନ୍ଦ ବଜାରରେ ପରିଣତ କରିବା ପାଇଁ ଇ-ନାମ ଜରିଆରେ ଆହୁରି 1000 ଟି ମଣ୍ଡି ସୃଷ୍ଟି କରାଯିବ l


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-19-scaled.jpg)

