ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ କବିସୂର୍ଯ୍ୟ ନଗର ଗ୍ରସ୍ତ

ଜେ ବି ଏନ,ବ୍ରହ୍ମପୁର ( ୦୭.୦୨.୨୦୨୧, ରିପୋର୍ଟ୍, ଟୁକୁନା ସାହୁ ) -: ଆଜି ଅପରାହ୍ନ ସମୟରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭାରତ ର ସର୍ବଶ୍ରେଷ୍ଠ ସାଂସଦ ଅପରଜିତା ଷଡ଼ଙ୍ଗୀ କବିସୂର୍ଯ୍ୟ ନଗର ରେ ପହଞ୍ଚିବା ପରେ ଯୁବ ବିଜେପି ନେତା ରାମ ପ୍ରସାଦ ଓ ଶ୍ୱେତ ଦୋରା ଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଡାକବଙ୍ଗଳା ଠାରେ ଉପସ୍ଥିତ ରହି ପୁଷ୍ପ ଗୁଛ ଦେଇ ସ୍ୱାଗତ କରିଥିଲେ। ଡାକବଙ୍ଗଳା ଛକ ଠାରେ ଥିବା କବିସୂର୍ଯ୍ୟ ବଳଦେବ ରଥ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଳ ଦେଇ ଏକ ବିଶାଳ ବାଇକ ଶୋଭା ଯାତ୍ରା ରେ ଆସ୍କା ଅଭିମୁଖେ ଯାଇଥିଲେ ।କବିସୂର୍ଯ୍ୟ ନଗର ରେ ଲୋକଙ୍କ ସମସ୍ୟା ବୁଝିବା ସହ ଏହାର ସମାଧାନ ପାଇଁ ପ୍ରଶାସନ ନିକଟରେ ଦାବି ରଖିବି ବୋଲି କହିଥିଲେ ସାଂସଦ । ଆଜିର ଏହି କାର୍ଯ୍ୟକ୍ରମ ରେ କବିସୂର୍ଯ୍ୟ ନଗର ପୂର୍ବତନ ବିଜେପି ନଗର ସଭାପତି ଶିବରାମ ପଣ୍ଡା, ଓକିଲ ସଙ୍ଘର ସଭାପତି ଦୁଷ୍ମନ୍ତ ଜେନା,ଅବସର ପ୍ରାପ୍ତ ବେସାମରିକ ସଙ୍ଘ ର କର୍ମକର୍ତ୍ତା,କବିସୂର୍ଯ୍ୟ ବଳଦେବ କୃଷକ ସଙ୍ଘ ର ସଭାପତି ପ୍ରଶାନ୍ତ ସ୍ୱାଇଁ, ବରିଷ୍ଠ ସମାଜ ସେବୀ ମହେଶ୍ୱରୀ ଦୋରା ଙ୍କ ସମତେ ୫୦୦ ରୁ ଉର୍ଦ୍ଧ୍ବ ବିଜେପି କର୍ମକର୍ତ୍ତା ଉପସ୍ଥିତ ରହି ସ୍ୱାଗତ ଜଣାଇଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-3-scaled.jpg)


