ମୁଁ ଗର୍ବିତ ଯେ ମୁଁ ଜଣେ ଭାରତୀୟ ମୁସଲମାନ: ଗୁଲାମ ନବୀ ଆଜାଦ

ଜେ ବି ଏନ, ୧୦/୦୨/୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ମଙ୍ଗଳବାର ଦିନ ରାଜ୍ୟସଭାରେ ବିଦାୟ ସମ୍ବୋଧନରେ ଗୁଲାମ ନବୀ ଆଜାଦ କହିଛନ୍ତି ଯେ ମୁଁ ଜଣେ ଭାରତୀୟ ମୁସଲମାନ ବୋଲି ଗର୍ବିତ l କଂଗ୍ରେସ ନେତା କହିଛନ୍ତି ମୁଁ ସେହି ଭାଗ୍ୟବାନ ଲୋକଙ୍କ ମଧ୍ୟରେ ଅଛି ଯେଉଁମାନେ କେବେ ପାକିସ୍ତାନ ଯାଇ ନାହାଁନ୍ତି। ଯେତେବେଳେ ମୁଁ ପାକିସ୍ତାନରେ କି ପ୍ରକାର ପରିସ୍ଥିତି ଦେଖେ, ସେତେବେଳେ ମୁଁ ଭାରତୀୟ ହୋଇଥିବାରୁ ଗର୍ବିତ ଯେ ମୁଁ ଭାରତୀୟ ମୁସଲମାନ।



