ଛତୁ ଚାଷ ପାଇଁ ସଂଗୃହୀତ ୫୦ ହଜାର ନଡ଼ା ନିଆଁ ଲାଗି ପାଉଁଶ

ଜେ ବି ଏନ, ୧୦/୦୨ /୨୦୨୧, (ରିପୋର୍ଟ, ବ୍ୟୁରୋ BD), ଜଗତସିଂହପୁର: ଛତୁ ଚାଷ ପାଇଁ ସଂଗୃହୀତ ୫୦ ହଜାର ନଡ଼ା ନିଆଁ ଲାଗି ପାଉଁଶ ହୋଇଯାଇଛି l ରଘୁନାଥପୁର ବ୍ଲକ ଅନ୍ତଗର୍ତ ଏରଡଙ୍ଗା ପଂଚାୟତ ର ନାଗାମଠ ରେ ଯୁବ ଛତୁ ଚାଷୀ କେଦାରନାଥ ଦାସ ନିଜ ଛତୁ ଚାଷ ପାଇଁ ପ୍ରାୟ ପଚାଶ ହଜାର ରୁ ଅଧିକ ନଡ଼ା ସଂଗ୍ରହ କରି ଥିବା ବେଳେ ଆକସ୍ମିକ ଭାବେ ନିଆଁ ଲାଗିଯାଇଥିଲା l ଏହି ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ସ୍ଥାନୀୟ ଯୁବକଙ୍କ ସାହାଯ୍ୟ ନେଇ ନିଆଁ କୁ ଆୟତ୍ତ କରିଥିଲେ l




