କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ବିଧାୟକ ଶ୍ରୀ ମୁକେଶ ପାଲ୍ : କୋଶଳା ବିଜୟୀ

ଜେ ବି ଏନ, (୧୦-୦୨-୨୦୨୧), (ରିପୋର୍ଟ ସୌମ୍ୟରଞ୍ଜନ ଶତପଥୀ) କଣିହାଁ : କଣିହାଁ ବ୍ଲକ ତେଲିସିଂହା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ବିଧାୟକ ଶ୍ରୀ ମୁକେଶ ପାଲ୍ ମହୋଦୟ। ଏହି ଖେଳ ପ୍ରତିଯୋଗୀତା ତେଲିଶୀଙ୍ଗା ଗ୍ରାମ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପକ୍ଷ ରୁ ଆୟୋଜିତ ହୋଇଥିଲା। ପ୍ରାୟ ୭ ଦିନ ଧରି ପ୍ରତିଯୋଗିତା ହୋଇଥିଲା ଏବଂ ଅନେକ ଗ୍ରାମ ର ପ୍ରତିଯୋଗୀ ମାନେ ଯୋଗ ଦେଇଥିଲେ। ଶେଷ ମ୍ୟାଚ୍ ରେ କୋଶଳା ଗ୍ରାମ ଦଳ ଏହି ମ୍ୟାଚ୍ ର ବିଜେତା ହୋଇଥିଲେ। ଏଥିପାଇଁ ତେଲିଶିଙ୍ଗା ଟୁର୍ଣ୍ଣାମେ୍ଟ ତରଫରୁ ବିଜେତା ଦଳ କୁ ୨୫ହଜାର ଟଙ୍କା ଦେଇ ବିଧାୟକ ସମ୍ବର୍ଦ୍ଧିତ କରିଥିଲେ।





