ବିରଜା ସଂସ୍କୃତି ପ୍ରଚାର ସମିତି ଆନୁକୁଲ୍ୟରେ ବିରଜା ସ୍ଵନକ୍ଷତ୍ର ମହୋତ୍ସବ ଅନୁଷ୍ଠିତ


ଜେ ବି ଏନ, ୧୨/୦୨ /୨୦୨୧, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ମା ବିରଜା ଟିଭି ଓ ବିରଜା ସଂସ୍କୃତି ପ୍ରଚାର ସମିତି ଆନୁକୁଲ୍ୟରେ ବିରଜା ସ୍ଵନକ୍ଷତ୍ର ମହୋତ୍ସବ ସ୍ଥାନୀୟ ବିରଜା କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିରଜା ସଂସ୍କୃତି ପ୍ରଚାର ସମିତି ର ସଭାପତି ପଣ୍ଡିତ ଭୂପତିଭୁଷଣ ମିଶ୍ର ଙ୍କ ସଭାପତି ତ୍ବରେ ଅନୁଷ୍ଠିତ କାର୍ଯ କ୍ରମରେ ମୁଖ୍ୟ ଅତିଥି ଭାବେ ଯାଜପୁର ର ପୂର୍ବତନ ପୈାରଧ୍ୟକ୍ଷ ଭବପ୍ରସାଦ ଦାସ ଓ ଉଦ୍ ଘାଟକ ଭାବେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ବିଜେଡି ସାସୃତିକ ସମନ୍ୱୟ ର ରାଜ୍ୟ ପ୍ରଭାରୀ ରବି ନାରାୟଣ ନନ୍ଦ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ପଞ୍ଜାବ ନେସନାଲ ବ୍ୟାଙ୍କ ର ଆଞ୍ଚଳିକ ପ୍ରବନ୍ଧକ ଉମାକାନ୍ତ ଦାସ, ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ତଥା ବିରଜା ଟ୍ରଷ୍ଟ ବୋଡ଼ର୍ ଅଧ୍ୟକ୍ଷ ଜ୍ୟୋତି ଶଙ୍କର ମହାପାତ୍ର, ବ୍ୟାସନଗର ମ୍ୟୁନିସିପାଲିଟିର ପୂର୍ବତନ ପୈାରଧ୍ୟକ୍ଷ ସବିତା ରାଉତ, ସଂଗଠନ ଉପସଭାପତି ଆଇନ ଜୀବି ବିବେକାନନ୍ଦ ମହାନ୍ତି, ମୁକ୍ତିମଣ୍ଡପ ସଭାପତି ଦେବିପ୍ରସାଦ ପାଣି, ପଣ୍ଡିତ ସୁବାସ ଚନ୍ଦ୍ର ପାଣି ପ୍ରମୁଖ ଯୋଗ ଦେଇଥିଲେ। ବିରଜା ସଂସ୍କୃତି ପରିଷଦ ର ସମ୍ପାଦକ ହରିହର ସ୍ବାଇଁ ସ୍ବାଗତ ଭାଷଣ ଓ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଶେଷରେ ସଂଗଠନର ଉପସଭାପତି ବିବେକାନନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ଂ
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-3-scaled.jpg)


