ଲୋକାଭିମୁଖି ଯୋଜନା ବାଟବଣା

ଜେ ବି ଏନ, ୧୨/୦୨ /୨୦୨୧, ୱେଷ୍ଟର୍ଣ୍ଣ ଓଡିଶା ବ୍ୟୁରୋ, (ରିପୋର୍ଟ, ସୁଦାମ ଚରଣ ସାହୁ), ବୌଦ୍ଧ : ରାଜ୍ୟ ସରକାର ସାଧାରଣ ଜନତାଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ନିରାମୟ ,ନିଦାନ ଭଳି ଲୋକାଭିମୁଖୀ ଯୋଜନା ଆରମ୍ଭ କରିଛନ୍ତି l ହେଲେ କିଛି ଅସାଧୁ କର୍ମଚାରୀ ଙ୍କ ପାଇଁ ସବୁ ଯୋଜନା ବିଫଳ ହୋଇ ଏକ କୁତ୍ସିତ ରୂପରେଖ ରେ ପରିଣତ ହେଉଛି ।ଏଭଳି ଏକ ସଂଗୀନ ତଥା ରୋଚକ ଖବର ବୌଦ୍ଧ ଜିଲ୍ଲାର ମନମୁଣ୍ଡା ସି ଏଚ ସି ର ଲାବ୍ରୋଟେରୀ ଟେକନିସିଆନ୍ ଙ୍କ ଭିଡିଓ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି ।ଭିଡିଓ ରେ ଟେକନିସିଆନ୍ ଜଣକ ସରକାରୀ ଡାକ୍ତରଖାନାରେ ଡ୍ୟୁଟି ରେ ଥାଇ ପ୍ରାଇଭେଟ କ୍ଲିନିକ ର ପ୍ରେପକିପ୍ସନ୍ ର ରକ୍ତ ପରୀକ୍ଷା କରି ଟଙ୍କା ନେଇଛନ୍ତି । ଆଉ ଏବିଷୟରେ ପଚାରିବାରୁ ଦମ୍ଭର ସହ ସେ କହୁଛନ୍ତି କି କାଇଁ ହବନାହିଁ । ଏଠି ପ୍ରଶ୍ନ ଉଠେ କି ସରକାର ନିଦାନ କାର୍ଯ୍ୟକ୍ରମରେ ସବୁ ରୋଗୀଙ୍କୁ ମାଗଣାରେ ରକ୍ତ ପରୀକ୍ଷା ଗୁଡିକ କରିବା ପାଇଁ ସୁବିଧା କରିଛନ୍ତି ।ହେଲେ ଏ ଭଦ୍ର ମହାଶୟ କେଉଁ ସାହସ ରେ ତଥା କାହା ସାହସରେ ଏଭଳି ଦୁର୍ନୀତି କରି ମଧ୍ୟ ଦମ୍ଭର ସହ କଥାବାର୍ତ୍ତା କରୁଛନ୍ତି ।କହିବା ବାହୁଲ୍ୟ କି ଟେକନିସିଆନ୍ ମହାଶୟ ଦମ୍ଭର ସହ ୟେ ବି କହୁଛନ୍ତି କି ସାର୍ କୁ କହିବ ତ କହୁନା ବୋଲି ।ସତେ ଯେମିତି ରାଧେ ରାଧେ ,ତୋର ଅଧେକୁ ମୋର ଅଧେ ନୀତିରେ ସାର୍ ଙ୍କ ଜାଣତରେ ସବୁକିଛି ହେଉଛି, ସାଧାରଣରେ ଚର୍ଚ୍ଚା ହେଉଛି। ଏବିଷୟରେ ସିଡିଏମ୍ଓ ସାର୍ ଙ୍କ ପ୍ରତିକ୍ରିୟା ଲୋଡିଥିଲୁ । ସିଡିଏମ୍ଓ ସାର୍ ପ୍ରତିକ୍ରିୟା ରେ କହିଛନ୍ତି କି ତଦନ୍ତ ଚାଲିଛି ,ତଦନ୍ତ ପରେ ପଦକ୍ଷେପ ନିଆଯିବ । ଏବେ ଦେଖିବାକୁ ବାକି ରହିଲା କି ତଦନ୍ତ କେବେ ସରିବ ଓ ଦୁର୍ନୀତି ବିରୋଧରେ କି ପଦକ୍ଷେପ ନିଆଯିବ ।



