ଅଶ୍ୱିନଙ୍କ ଯାଦୁ , ଇଂଲଣ୍ଡର ଛଅ ୱିକେଟ୍ ପତନ

ଜେ ବି ଏନ, ୧୬/୦୨/୨୦୨୧, ଚେନ୍ନାଇ : ଚେନ୍ନାଇରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଭାରତର ହାତରେ ଥିବା ପରି ମନେ ହେଉଥିବାବେଳେ ଏହି ମ୍ୟାଚକୁ ବଞ୍ଚାଇବା ପାଇଁ ଇଂଲଣ୍ଡକୁ କିଛି ଚମତ୍କାର ଆବଶ୍ୟକ ହେବ।
ବିଜୟ ପାଇଁ ଇଂଲଣ୍ଡ ସମ୍ମୁଖରେ ଭାରତ ୪୮୨ ରନର ଏକ ବଡ ଲକ୍ଷ୍ୟ ରଖିଛି ଏବଂ ଏହି ଟାର୍ଗେଟକୁ ପଛରେ ପକାଇ ଇଂଲଣ୍ଡ ୬ ଟି ୱିକେଟ୍ ହରାଇଛି।
ଭାରତ ପ୍ରଥମ ଇନିଂସରେ ୩୨୯ ରନ୍ ସଂଗ୍ରହ କରିଥିଲା, ଏହାର ଜବାବରେ ଇଂଲଣ୍ଡ ଦଳ ୧୩୪ ରନ୍ ସ୍କୋର କରି ଆଉଟ୍ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଭାରତ ପ୍ରଥମ ଇନିଂସ ଆଧାରରେ ୧୯୫ ରନ୍ ହାସଲ କରିଥିଲା।



