ଏଣିକି ସରକାରୀ ସ୍କୁଲରେ ହ୍ରାସ ହେବ ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କ ମଧ୍ୟରେ ଦୂରତା

ଜେ ବି ଏନ ୧୭/୦୨ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ଭୁବନେଶ୍ବର : ଏଣିକି ଘରୋଇ ସ୍କୁଲ ଭଳି ସରକାରୀ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କ ମଧ୍ୟରେ ଦୂରତା ହ୍ରାସ ନିଷ୍ପତ୍ତି ନିଆଯାଇଛି । ସୂଚନା ମୁତାବକ ସବୁ ଶ୍ରେଣୀ ଖୋଲିବା ପରେ ଶିକ୍ଷକଶିକ୍ଷୟିତ୍ରୀ ନିୟମିତ ବ୍ୟବଧାନରେ ଅଭିଭାବକଙ୍କୁ ଫୋନ୍ କରିବେ । ପିଲାଙ୍କ ଭଲ ମନ୍ଦ ଜଣାଇବେ । ମୋ ସରକାର କାର୍ଯ୍ୟକ୍ରମ ଜରିଆରେ ଏହି କାର୍ଯ୍ୟକ୍ରମ ହାତକୁ ନେବାକୁ ନିଷ୍ପତ୍ତି ନିଆଯାଇଛି । ଅଭିଭାବକଙ୍କ ତାଲିକା ଓ ଯୋଗାଯୋଗ ନମ୍ବର ସମ୍ବନ୍ଧୀୟ ଡାଟାବେସ୍ ବିଦ୍ୟାଳୟସ୍ତରରେ ପ୍ରସ୍ତୁତ କରାଯିବ ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-19-scaled.jpg)
