13,700 କୋଟି ଟଙ୍କା ମୂଲ୍ୟର ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ

ଜେ ବି ଏନ, ୨୪/୦୨ /୨୦୨୧, ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଫେବୃଆରୀ 23, 2021ରେ ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ବୈଠକରେ ଭାରତୀୟ ସ୍ଥଳସେନା, ନୌସେନା ଏବଂ ବାୟୁସେନା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଅସ୍ତ୍ରଶସ୍ତ୍ର / ପ୍ଲାଟଫର୍ମ / ଉପକରଣ / ଯନ୍ତ୍ରପାତି ଆଦି କ୍ରୟ ନିମନ୍ତେ ପୁଞ୍ଜି ଅଧିଗ୍ରହଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।
13,700 କୋଟି ଟଙ୍କା ମୂଲ୍ୟର ତିନୋଟି ଆବଶ୍ୟକତା ପୂରଣ ସହମତି (ଏଓଏନ) ପ୍ରସ୍ତାବ ପାଇଁ ଅନୁମତି ଦିଆଯାଇଛି । ପ୍ରତିରକ୍ଷା ଅଧିଗ୍ରହଣର ସର୍ବୋଚ୍ଚ ପ୍ରାଥମିକତା ବର୍ଗରେ ଏହିସବୁ ରହିଛି ।
ଏହି ସମସ୍ତ ଅଧିଗ୍ରହଣ ପ୍ରସ୍ତାବଗୁଡ଼ିକ ସ୍ୱଦେଶୀ ଭାବରେ ପରିକଳ୍ପିତ, ବିକଶିତ ଏବଂ ଉତ୍ପାଦିତ ସାମଗ୍ରୀ ପାଇଁ ପ୍ରଯୁଜ୍ୟ ହେବ । ଏଥିରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ପ୍ରସ୍ତୁତ ଏବଂ ବିକଶିତ ପ୍ଲାଟଫର୍ମ ଓ ସିଷ୍ଟମ ଅନ୍ତର୍ଭୂକ୍ତ ରହିଛି ।
ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା ଶେଷ କରିବା ଦିଗରେ ସରକାରଙ୍କର ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ହାସଲ କରିବା ଲାଗି ଯୋଜନା କରାଯାଇଛି । ପୁଞ୍ଜି ଅଧିଗ୍ରହଣ ନିମନ୍ତେ ଦ୍ରୁତ ନିର୍ଣ୍ଣୟ ନେବା ଓ ବ୍ୟବସ୍ଥିତ ଭାବେ କାର୍ଯ୍ୟ କରି ସମୟ ହ୍ରାସ କରିବା ସକାଶେ ସମସ୍ତ ପ୍ରକାରର ଚୁକ୍ତିଗୁଡିକୁ ଦୁଇ ବର୍ଷ ମଧ୍ୟରେ ଶେଷ କରିବା ଲାଗି ଡିଏସି ଅନୁମୋଦନ କରିଛି । ଏହି ଚୁକ୍ତିଗୁଡିକ ମଧ୍ୟରେ (ପ୍ରତିନିଧି ଏବଂ ଅଣ-ପ୍ରତିନିଧି) ଚୁକ୍ତି ସାମିଲ ରହିଛି, ତେବେ ଡିଏଣ୍ଡଡି ମାମଲାଗୁଡିକୁ ଏଥିରୁ ବାଦ ଦିଆଯାଇଛି । ସେନାବାହିନୀ ଏବଂ ଅନ୍ୟ ଅଂଶିଦାରମାନଙ୍କ ସହିତ ବିଚାର ବିମର୍ଶ କରି ମନ୍ତ୍ରଣାଳୟ ପକ୍ଷରୁ ଏହି ଲକ୍ଷ୍ୟ ହାସଲ ପାଇଁ ଏକ ବିସ୍ତ୍ରୁତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯିବ ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)