ଦିନକୁ ଦିନ ଅପରାଧ ବୃଦ୍ଧି ପାଇଥିବା ବେଳେ ପୋଲିସ ପକ୍ଷରୁ କାର୍ଯ୍ୟନୁଷ୍ଠାନ ଢ଼ିଲା ଅଭିଯୋଗ

ଜେ ବି ଏନ, ୨୪ /୨/୨୦୨୧, (ରିପୋର୍ଟ, ସୁଦାମ ଚରଣ ସାହୁ, ଜୋନାଲ ହେଡ ୱେଷ୍ଟର୍ଣ୍ଣ ଓଡିଶା ବ୍ୟୁରୋ), ବୌଦ୍ଧ: ବିଗତ କିଛି ଦିନ ହେବ ମନମୁଣ୍ଡା ଅଞ୍ଚଳରେ ଅପରାଧ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ସୂଚନା ମୁତାବକ ଏଠାରେ ଥାନା ଅଧିକାରୀଙ୍କ ଦାଇତ୍ଵରେ ଥିବା ଅଧିକାରୀ ଆସାମୀ ମାନଙ୍କୁ ଧରିବାରେ ବିଫଳ ହୋଇଛନ୍ତି l ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାଇ ମନମୁଣ୍ଡା ଥାନା ଅଧୀନରେ ଆସୁଥିବା ସ୍ଥାନଗୁଡ଼ିକରେ ମଦ ବିକାଠୁ ଆରମ୍ଭ କରି ବିଭିନ୍ନ ନସ୍ଥାନରେ ଚୁରୀଦାରି, ଲୁଣ୍ଠନ, ପ୍ରତ୍ୟକ ଦିନ ବଢିବାରେ ଲାଗିଛି। ଏହି ବିଷୟ ନେଇ କିଛି ସ୍ଵୟଂ ସହାୟକ ଗୋଷ୍ଠୀ ପୋଲିସକୁ ଜଣାଇ ଥିଲେ ମଧ୍ୟ ସୁଫଳ ନ ମିଳିବାରୁ ବିଭିନ୍ନ ଖବରକାଗଜରେ ପୋଲିସର କାର୍ଯ୍ୟକଳାପକୁ ନେଇ ଖବର ପ୍ରଶାରଣ କରଯାଇଛି l କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାଯୋଗୁ ମାଫିଆ ଓ ପୋଲିସର ମଧୁଚ଼ନ୍ଦ୍ରିକା ଚାଲିଥିବା ଅନୁମାନ କରାଯାଉଛି l କାହିଁକିନା ଏଠାରେ ପ୍ରଶ୍ନ ଉଠୁଚି ଯେ, ବିଭାଗୀୟ ପୋଲିସ ଅଧିକାରୀ ଜାଣି ସୁଣି ଏପରି ମୌନ ବ୍ରତ ପାଳନ କରୁଛନ୍ତି ନା କାହା ଚାପରେ ବଶବର୍ତି ହୋଇ ଚୁପ୍ ରହୁଛନ୍ତି ତାହା ସଂଦେହ ଘେରରେ ରହିଛି ଓ ସାଧାରଣରେ ଏଣୁ ପୋଲିସ ସୃଷ୍ଟି କରିଛି l ଏପରି ଏକ ମୁହୂର୍ତ୍ତରେ ସାଧାରଣ ଜନତାଙ୍କ ବିଶ୍ୱାସ ତୁଟିବାରେ ଲାଗିଛି ବୋଲି ଆଲୋଚନା ହେଉଛି l ଯଦି ଆସାମି ମାନଙ୍କପ୍ରତି ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନନିଏ ତାହା ହେଲେ ଦିନକୁ ଦିନ ଅସାମାଜୀକ କାର୍ଯ୍ୟ କଳାପ ବୃଦ୍ଧି ପାଇବ l ଏହା ଏକ ସାଧାରଣ ଲୋକଙ୍କ ଜୀବନ ସହ ଜଡିତ ଥିବା କାରଣରୁ ଏ ଖବର ନେଇ ଏସ୍ ଡିପିଓ ଟିଘା ସାରଙ୍କୁ ଯୋଗା ଯୋଗ କରାଯାଇଥିଲା l ଯୋଗାଯୋଗ କରିବାରୁ ସାର ମିଟିଙ୍ଗ୍ ରେ ଥିବାର କହିଲେ l ତେବେ ସ୍ଥାନୀୟ ଅଞ୍ଚଳର ସ୍ଵାର୍ଥ ଦୃଷ୍ଟିରୁ ବିଭାଗୀୟ ଅଧିକାରୀ ପଦକ୍ଷେପ ଗ୍ରହଣ କରିବାକୁ ତୁରନ୍ତ ଦୃଷ୍ଟି ଦେବାପାଇଁ ଅଞ୍ଚିଳ ବାସୀମାନେ ଦାବୀ କରିଛନ୍ତି l ପ୍ରକାଶ ଥାଉକି କିଛି ଦିନ ତଳେ ପୋଲିସ ପେଟ୍ରୋଲିଂ କଡାକଡି କରିବା ପାଇଁ ଦେଉଳି ଗ୍ରାମର ଶତାଧିକ ମହିଳା ମନମୁଣ୍ଡା ଥାନା ଆଗରେ ଧାରଣା ଦେବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ l


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)
