
କାହା ଇଙ୍ଗିତରେ ଚାଲିଛି ଜବର ଦଖଲ
ଗୋଚର ଜାଗାରୁ କେବେ ହଟିବେ ଜବରଦଖଲକାରୀ ?
(ଜେ ବି ଏନ /ସୁଶାନ୍ତ କୁମାର) ୨୪/୦୨ /୨୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ତହସିଲ ଅନ୍ତର୍ଗତ ଫୁଲପଡା ରାଜସ୍ବ କାର୍ଯ୍ୟାଳୟ ସାନ୍ତରପୁର ମୌଜାର ଖତିୟାନ ନମ୍ଵର୍ – ୩୫୩, ପ୍ଲଟ ନମ୍ଵର୍ – ୨୧୦୧ ଗୋଚର ଜାଗାଟିକୁ କିଛି ଅସାଧୁ ଲୋକ ଜବରଦଖଲରେ ରଖିଛନ୍ତି। ଏହି ଜାଗାରେ ଘର କରିବା ସହ ଦୋକାନ ଘର କରି ରଖିଛନ୍ତି । ଯେଉଁ ଗୋଚର ଜାଗା କେବଳ ଗାଈ, ଗୋରୁ ମାନଙ୍କ ଚରିବା ପାଇଁ ଉଦ୍ଦିଷ୍ଟ ସେଇ ଜାଗା ଜବରଦଖଲ କରିବା କେତେଦୂର ଯଥାର୍ଥ। ସବୁ ଜାଣି ଶୁଣି ସ୍ଥାନୀୟ ରାଜସ୍ବ ଅଧିକାରୀ ଓ ତହସିଲଦାର କାର୍ଯ୍ୟାନୁଷ୍ଠାନ ନେବାକୁ କୋଣ୍ଠାବୋଧ କରୁଛନ୍ତି ! ବାରମ୍ବାର ଅଭିଯୋଗ ସତ୍ତ୍ୱେ ଗୋଚର ଜାଗାରୁ ଘର ଉଚ୍ଛେଦ ପରିବର୍ତ୍ତେ ନୂତନ ଘର ନିର୍ମାଣକୁ ପ୍ରୋତ୍ସାହନ ଦେଉଛନ୍ତି ରାଜସ୍ବ ଅଧିକାରୀ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। କାହା ସାହସରେ ଗୋଚର ର ଜାଗାଟିକୁ ଜବରଦଖଲ କରି ନିଜର ବେପାର ବଢ଼ାଇଚାଲିଛନ୍ତି ସମ୍ପୃକ୍ତ ମୁଷ୍ଟିମେୟ ବ୍ୟକ୍ତି। ତୁରନ୍ତ ଏଥିପ୍ରତି ଜିଲ୍ଲାପାଳ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଅଡି ବସିଛନ୍ତି ଗ୍ରାମବାସୀ। ଅଭିଯୋଗ କରିଥିବା ଗ୍ରାମବାସୀ ବେଳେ ତଅଁଳୁ ମହାଳିକ, ମଙ୍ଗରାଜ ଦାସ, ତ୍ରିପୁର ପଳେଇ, ମୁରଲୀ ପଲେଇ, ଅମୂଲ୍ୟ ରାଉତ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)