ମା ତାରିଣୀ ଙ୍କ ବାର୍ଷିକ ଉତ୍ସବ ପାଳିତ

ଜେ ବି ଏନ (ସୁଶାନ୍ତ କୁମାର /ଶୁଭମ ପାଣି) ୨୫/୦୨ /୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଶାସନ୍ ଛକରେ ଥିବା ମା ତାରିଣୀଙ୍କ ମନ୍ଦିରରେ ମାଙ୍କ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଭକ୍ତ ଓ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ସ୍ଥାନୀୟ ଭାଗୀରଥୀ ସାଗର ପୁଷ୍କରଣୀ ଜଳାଭିଷେକ କରି କଳସ ଯାତ୍ରା ଆରମ୍ଭ କରି ସହର ଭ୍ରମଣ ସହ ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଆଜି ଠାରୁ ମାଙ୍କ ପୂଜାବିଧି ହେବା ସହ କାଲି ମାଙ୍କ ଯଜ୍ଞ ପୂର୍ଣ୍ଣ ଆହୁତି ଦିଆଯିବ। ପୂଜକ ରାମଚନ୍ଦ୍ର ମିଶ୍ର ଓ କର୍ତ୍ତା ସତ୍ୟାନନ୍ଦ ବେହେରା ଶ୍ରୀମତୀ ସୁଲୋଚନା ବେହେରା ଙ୍କ ଦ୍ଵାର ପୂଜା ବିଧି କାର୍ଯ୍ୟ ପାଳିତ ହୋଇଅଛି। ଏହି ଉତ୍ସବ ରେ ସଭାପତି ଶରତ ବେହେରା, ସମ୍ପାଦକ ନକୁଳ ବେହେରା ଓ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଅଛି।




