
ହରିଣ ମାଂସ ଜବତ ସହ ଦୁଇ ଅଭିଯୁକ୍ତ ଗିରଫ

ଜେ ବି ଏନ (ସୁଶାନ୍ତ କୁମାର /ଶୁଭମ ପାଣି) ୨୯/୦୨/୨୦୨୧ ଢେଙ୍କାନାଳ : କପିଳାସ ବନବିଭାଗ ଗତ କାଲି ସନ୍ଧ୍ୟାରେ ହରିଣ ମାଂସ ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ସୂଚନା ମୁତାବକ ଗତ କାଲି ସନ୍ଧ୍ୟା ସମୟରେ କପିଳାସ ବନବିଭାଗ ଡ୍ୟୁଟି କରିବା ବେଳେ ଦୁଇ ଅଭିଯୁକ୍ତ ଗିରଫ କରିବା ସମୟରେ ତାଙ୍କ ଠାରୁ 1.350 କେଜି ହରିଣ ମାଂସ, ଗୋଟିଏ ଦେଶୀ ବନ୍ଧୁକ, ୨୫୫ ନମ୍ଵର୍ ଶିକାରୀ ଜାଲ, ଗୋଟେ ଛୁରୀ, ତିନୋଟି ତୀର ଗୋଟେ କଡ଼େଇ ଜବତ କରାଯାଇଛି। ଦୁଇ ଅଭିଯୁକ୍ତ ମାନେ ହେଲେ ଜୟକୃଷ୍ଣ ମହାନ୍ତ (42)ପିତା ରଙ୍ଗାଧର ମହାନ୍ତ ଓ ଜଳଧର ଲୁହାର (48) ପିତା ନଟିଆ ଲୁହାର ଉଭୟେ ସୋରିଷପଡା ଗ୍ରାମପଞ୍ଚାୟତ ର ରାମିଆ ରଗଡି ସାହି ଢେଙ୍କାନାଳ ରୁ ବୋଲି ଜଣା ପଡିଛି। ଅଭିଯୁକ୍ତ ଙ୍କ ନାମ ରେ U/S 9,27,29,31,39,44(a) 44(b)49(b) 1972ବନ୍ୟାଜନ୍ତୁ ସୁରକ୍ଷା ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯିବ।



