ତାଳଚେର ସ୍ଥିତ ଟିଟିପିଏସ ପ୍ଲାଣ୍ଟକୁ ବନ୍ଦ ନ କରିବାକୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ କମିଟି ପକ୍ଷରୁ ସ୍ମାରକପତ୍ର

ଜେ ବି ଏନ, ୦୪/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : ତାଳଚେର ସ୍ଥିତ ଟିଟିପିଏସ ପ୍ଲାଣ୍ଟ କୁ ବନ୍ଦ କରିବାକୁ ଦିଆଯିବ ନାହିଁ । ଏନେଇ ଆଜି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନୁଗୁଳ।ଏ ନେଇ ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ କମିଟି ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆଜି ଏନେଇ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ର ଅନୁଷ୍ଠିତ ହୋଇଥିଲା । ତାଳଚେରରୁ ବହୁ ସଂଖ୍ୟାରେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ମୋଟର ଶୋଭାଯାତ୍ର ରେ ବାହାରି ଅନୁଗୁଳ ଜିଲାପାଳଙ୍କ କାର୍ଯ୍ୟଳୟରେ ପହଂଚି ଥିଲେ । ପରେ ପରେ ଏକ ପ୍ରତିନିଧି ମଣ୍ଡଳୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଙ୍କୁ ଭେଟି ପ୍ରସଙ୍ଗ ଉପରେ ଆଲୋକପାତ କରିବା ସହ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ଢେଙ୍କାନାଳ ସାଂସଦ ମହେଶ ସାହୁ କହିଥିଲେ ମାର୍ଚ୍ଚ 31 ତାରିଖ ଭିତରେ ଶ୍ରମିକଙ୍କ ଛଟେଇ ନେଇ ଏନଟିପିସି କର୍ତ୍ତୃପକ୍ଷ ନୋଟିସ ଜାରି କରିଛନ୍ତି । ଯାହା ଆଦୋୖ ଗ୍ରହଣୀୟ ନୁହେଁ । ଏହା ଛଡା ଆବଶ୍ୟକ ଉତ୍ପାଦନ କରୁଥିବା ଟିଟିପିଏସ ପ୍ଲାଣ୍ଟ କୁ ଆଦୋୖ ବନ୍ଦ କରି ଦିଆଯିବ ନାହିଁ । ଏପରି ହେଲେ ଆଗାମୀ ଦିନରେ ଚରମ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସାଂସଦ ଶ୍ରୀ ସାହୁ l



