ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ


ଜେ ବି ଏନ, ଅନଗୁଳ, ୭.୩ .୨୧: ଆଜି ଅନୁଗୋଳ ଜିଲ୍ଲା ସ୍ଥାନୀୟ ଇମେଜ ଇନ ହୋଟେଲ ପରିସରରେ ସଙ୍ଘର ଜିଲ୍ଲା ସଭାପତି ଆଡଭୋକେଟ ସମୀର ପ୍ରଧାନଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏଥିରେ ରାଜ୍ୟ ସଭାପତି ଶ୍ରୀ ବିପିନ ଦାସ ଉପସ୍ଥିତ ରହି ଦେଶରେ ଜନସଂଖ୍ୟାର ବିସ୍ଫୋଟକ ଭାବରେ ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିବା ସହ ଏହାର ସମାଧାନ ପାଇଁ ସରକାରଙ୍କ ନିକଟରେ ବିଭିନ୍ନ ସୁତ୍ରୀ ଦାବି ଉପସ୍ଥାପନ କରିଥିଲେ l ଏଭଳି ଜନସଂଖ୍ୟା ବୃଦ୍ଧି ଯଦି ଦେଶରେ ଲାଗିରୁହେ ତେବେ ଦେଶରେ ଥିବା ଜଳ ଜମି ମୌଳିକ ସୁବିଧା ପ୍ରଭାବିତ ହେବାର ଆଶଙ୍କା ରହୁଛି । ଜଲଦି ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଦେଶରେ ଲାଗୁ କରାଯାଉ ବୋଲି ଦାବି କରିଥିଲେ । ଯଦି ନିୟମ ଲାଗୁ ନ କରାଯାଏ ତାହାହେଲେ ଆଗାମୀ ଦିନରେ ଏକ ପ୍ରକାର ଗୃହ ଯୁଦ୍ଧର ପରିସ୍ଥିତି ଉପୁଜିବା ସହ ଜମି ଅଭାଵ , ପାଣି ,ଜଙ୍ଗଲ , ସବୁ ଅଭାଵ ପରିଲକ୍ଷିତ ହେବ। ତେଣୁ ଯଥାଶୀଘ୍ର ଆଇନ ଲାଗୁ କରିବାକୁ ସଙ୍ଘ ତରଫରୁ ଦୃଢ଼ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ଆଜି ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଭାବେ ମନୋନୀତ କରି ନିର୍ମଳ ଅଗ୍ରୱାଲଙ୍କୁ ସମ୍ମାନିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସାଧାରଣ ସମ୍ପାଦକ ଜଗନ୍ନାଥ ଗଡନାୟକ ସିଂ , ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟା ଲଷ୍ମୀପ୍ରିୟା ମହାନ୍ତି ,ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ ପାଳ , ଜିଲ୍ଲା ସାଧାରଣ ସମ୍ପାଦିକା ମିତାର।ଣୀ ପାତ୍ର , ଅଞ୍ଜଳି ନାଏକ , ଶକୁନ୍ତଳା ନାଏକ , ରୂପାଲି ମହାନ୍ତି , ଅମୀୟ ତ୍ରିପାଠୀ , ଜିତୁ ପ୍ରଧାନ , ସରୋଜ ଧର , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରାଜେଶ ପାତ୍ର , ଜିଲ୍ଲାର ମିଡିଆ ପ୍ରଭାରୀ ସତ୍ୟସମ୍ଭୁ ନାଏକ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ରହି ଆଗାମୀ ଦିନରେ ସଂସ୍ଥାର କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ଶପଥ ନେଇଥିଲେ।



