ବଦଳିଲେ ପୁଲିସ କମିଶନର , ନୂଆ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଜେ ବି ଏନ, ୦୯/୦୩/୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ନାୟକ), ଭୁବନେଶ୍ବର : ବରିଷ୍ଠ ଆଇପିଏସ ସୂରରେ ଆଜି ଅଦଳବଦଳ କରିଛନ୍ତି ରାଜ୍ୟ ସରକାର | ବଦଳିଗଲେ ଭୁବନେଶ୍ବର – କଟକ ପୋଲିସ କମିଶନର । ନୂଆ ପୋଲିସ କମିଶନର ହୋଇଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ୧୯୯୫ ବ୍ୟାଚ୍ ବରିଷ୍ଠ ଆଇପିଏସ ସୌମେନ୍ଦ୍ର ପ୍ରୟିଦର୍ଶୀ ଏବେ କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି ।
ସେହିପରି ଅଗ୍ନିଶମ ଡିଜି ହୋଇଛନ୍ତି ଏମ୍ ଅକ୍ଷୟ । ୧୯୮୮ ବ୍ୟାଚ୍ ଆଇପିଏସ ଏମ.ଅକ୍ଷୟ । ସେହିପରି ସୁଧ୍ୟଶୁ ଷଡଙ୍ଗୀଙ୍କୁ ପୋଲିସ ଗୃହ ନିର୍ମାଣର ଅଧ୍ୟକ୍ଷ ଭାବେ ଦାୟିତ୍ବ ଦିଆଯାଇଛି । ୧୯୯୦ ବ୍ୟାଚର ଆଇପିଏସ ସୁଧୀଶୁ ଷଡଙ୍ଗୀଙ୍କ ଜାଗାରେ ସୌମେନ୍ଦ୍ରଙ୍କୁ ଦାୟିତ୍ର ମିଳିଛି ।




