ବିଦ୍ୟାଳୟରେ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା ଦିଗରେ ପଦକ୍ଷେପ ନେଲେ ପ୍ରଧାନ ଶିକ୍ଷକ

ଜେ ବି ଏନ, ୧୦/୦୩ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଗନ୍ଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ପ୍ରକ୍ରୁତି ବନ୍ଧୁ ତଥା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହରିହର ସାହୁ ବିଦ୍ୟାଳୟ କୁ ବହୁତ ଭଲ ପାଆନ୍ତି,ଯେ ବିଦ୍ୟାଳୟ ପରିସରରେ ବ୍ରୁକ୍ଷ ରୋପଣ କରି ପରିବେଶ ସୁରକ୍ଷା ପାଇଁ ଆଗଭର ହୋଇଛନ୍ତି। ଗଛକୁ ଭଲ ପାଇବା ତାଙ୍କର ଏକ ନିଆରା ଢଙ୍ଗ। ଏଥି ଯୋଗୁଁ ଓଡ଼ିଶା ସରକାର ଙ୍କ ଠାରୁ ଦୁଇ ଥର ପ୍ରକ୍ରୁତିବନ୍ଧୁ ପୁରସ୍କାର ପ୍ରାପ୍ତ ହୋଇଛନ୍ତି। ଶ୍ରୀ ସାହୁ ବିଦ୍ୟାଳୟ ପରି ବେଶ କୁ ବହୁତ ଭଲ ପାଉଥିବାରୁ ଜନସାଧାରଣ ଙ୍କ ଠାରୁ ଆଦ୍ରୁତ ହୋଇଛନ୍ତି।
ସେ ବିଦ୍ୟାଳୟ ରେ ବନ୍ୟ ପ୍ରାଣୀ ସୁରକ୍ଷା ଦିବସ, ବନ ମହୋତ୍ସବ, ଜଳ ଦିବସ, ବନ ଦିବସ, ମାତ୍ରୁଭାଷା ଦିବସ, ଆନ୍ତର୍ଜାତିକ ମହିଳା ଦିବସ ପାଳନ କରି ଛାତ୍ର ଛାତ୍ରୀ ମାନଙ୍କୁ ସାମାଜିକ ମୂଲ୍ୟ ବୋଧ ପ୍ରଦାନ କରିଛନ୍ତି।



